ଷଡଙ୍ଗରେ ବିଜେପିର କୃଷକ ସମାବେଶ
ହାଟଡିହି, (ବିକାଶ ବିଶ୍ୱାଳ) :-୫/୬, ମୋଦୀ ସରକାରଙ୍କ ୮ମବର୍ଷ ପୁର୍ତ୍ତୀ ଉପଲକ୍ଷେ ବିଜେପି ପକ୍ଷରୁ ଷଡଙ୍ଗ ଠାରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପିନେତା ଆଲୋକ ସେଠୀ, ନମାମି ଗଙ୍ଗାର ରାଜ୍ୟ ସଂଯୋଜକ ତଥା ପୁର୍ବତନ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ଉପସଭାପତି ମହେଶ୍ୱର ସାହୁ, ଆନନ୍ଦପୁରର ପୁର୍ବତନ ନଗରପାଳ ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ମୋଦି ସରକାରଙ୍କ ଆଠବର୍ଷ ଶାସନକାଳ ଭିତରେ କୃଷମାନଙ୍କ ପାଇଁ ନିଆଯାଇଥିବା ଗୁରୁତ୍ୱପୁର୍ଣ୍ଣ ଓ ହୀତକାର ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ଶାଳଣିଆଁ ମଣ୍ଡଳ ବିଜେପିର ସାଧାରଣ ସମ୍ପାଦକ ଅଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକମୋର୍ଚ୍ଚାର ସାଧାରଣ ସମ୍ପାଦକ ତଥା ଏହି କାର୍ଯ୍ରକ୍ରମର ବିଧାନସଭା ସଂଯୋଜକ ହରମୋହନ ଶାସିନି, ବରିଷ୍ଠ ନେତା ଦୟାନିଧି ଯେନା, ଜ୍ଞାନେନ୍ଦ୍ର ଜେନା, ପ୍ରଶାନ୍ତ ସା, କୈଳାଶ ସାମଲ, ଶଶିକାନ୍ତ ରାଉତ, ରମାକାନ୍ତ ନାୟକ, ରମାକାନ୍ତ ପଢ଼ିଆରୀ, ସୁଧାଶୁଂ ନାୟକ ମଣିନାଥ ଜେନା,ରାଜେଶ ସେଠୀ, ଗୌରାଙ୍ଗ ମଲ୍ଲିକ, ତୁଷାରକାନ୍ତି ମହାପାତ୍ର, କୈଳାଶ ଯେନା, ଆଲୋକ ଜେନା, ଅନନ୍ତ ବେହେରା, ପ୍ରଫୁଲ ସେନାପତି, ନିତ୍ୟାନନ୍ଦ ବେହେରା, ରମାକାନ୍ତ ସାହୁ, ଦୀନବନ୍ଧୁ ପ୍ରଧାନ, ଲକ୍ଷ୍ମୀ ଦାସ, ଅମରେଶ ସାହୁ, ସତ୍ୟବ୍ରତ ସେନାପତି, ଦୀନବନ୍ଧୁ ମହାନ୍ତି, ବେଣୁଧର ଯେନା, ଆଲୋକ ଦାସଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।


