ପ୍ରାତ ଆଳତୀ ସମୟରେ ପାରଳା ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଠାରୁ ଚୋରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାତ ମଙ୍ଗଳ ଆଳତୀ ସମୟରେ ଭକ୍ତମାନଙ୍କ ଠାରୁ ଟଙ୍କା, ସୁନା, ମୋବାଇଲ, ଭ୍ୟାନିଟ ବ୍ୟାଗ ଆଦି ଚୋରି ହେଉଥିବା ଅଭିଯୋଗ ହୋଇଛି. ଭକ୍ତ ବେଶରେ କେତେକ ଚୋର କାର୍ତ୍ତିକ ମାସର ପ୍ରାତ ମଙ୍ଗଳ ଆଳତୀ ସମୟରେ ଅଧିକ ଭକ୍ତଙ୍କ ଗହଳିର ସୁଯୋଗ ନେଇ ପ୍ରାୟ ପ୍ରତେକ ଦିନ ଭକ୍ତଙ୍କ ଠାରୁ ବିଭିନ୍ନ ଭାବରେ ଚୋରି ହେବାରେ ଲାଗିଛି. ଆଜି ଶୁକ୍ରବାର ପ୍ରାତ ଆଳତୀ ସମୟରେ ପାରଳା ରାମନଗର ବାସିନ୍ଦା ଥିବା ୨ ମହିଳା ଯଥା ଗୌରୀ ଜେନା ଓ ବିଭାସିନୀ ବିଶ୍ୱାଳଙ୍କ ମୋବାଇଲ ଓ ଭ୍ୟାନିଟ ବ୍ୟାଗ ଚୋରି ହୋଇଥିବା ଅଭିଯୋଗ ହୋଇଛି. ଏହି ୨ ମହିଳା ଜଣାଇଛନ୍ତିଯେ, ଆଳତୀରେ ପ୍ରବଳ ଗହଳିକୁ ଲକ୍ଷ୍ୟ କରି ୨ ଜଣ ମୋବାଇଲକୁ ଗୋଟିଏ ଭ୍ୟାନିଟ ବ୍ୟାଗରେ ଭର୍ତ୍ତି କରି କାନ୍ଧରେ ପକାଇ ଥିଲେ. ପ୍ରବଳ ଗହଳିର ସୁଯୋଗରେ ଚୋରମାନେ ଭ୍ୟାନିଟ ବ୍ୟାଗର ହୁକ ବାହାର କରି ବ୍ୟାଗଟିକୁ ଚୋରି କରି ନେଇ ଯାଇଥିଲେ.ମହିଳାଙ୍କ କାନ୍ଧରେ ଭ୍ୟାନଟି ବ୍ୟାଗର ଝୁଲାଟି କେବଳ ଝୁଲି ରହିଥିବାବେଳେ ବ୍ୟାଗଟି ଅତ୍ୟନ୍ତ କୌଶଳକ୍ରମେ ଚୋରି ହୋଇଥିବା ମହିଳା ୨ ଜଣ ଅଭିଯୋଗ କରି କହିଛନ୍ତି ଏଥିରେ ମାତ୍ର ୨ ରୁ ୩ ଶହ ଟଙ୍କା, ୨ ଟି ଦାମିକା ମୋବାଇଲ ରହିଥିଲା. ଭକ୍ତଙ୍କ ବେଶରେ ଆସି ଏପରି ଚୋରି କରୁଥିବା ଦୁର୍ବୁତ୍ତଙ୍କ ବିରୋଧରେ ପୋଲିସ ଆଳତୀ ସମୟରେ ସଜାଗ ରହି ଉଚିତ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏହି ୨ ମହିଳା ନିବେଦନ କରିଛନ୍ତି.