ପ୍ରାଥମିକ ବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନର୍ଗତ ବେଠିଆବୋରଦା ପ୍ରାଥମିକ ବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ ଫେବୃଆରୀ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରି ଯୋଗଦେଇ ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର ବିଶ୍ବାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗୌରୀଶଙ୍କର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ କେ.ନୀଳମାଧବ ଆଚାରି, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସରପଞ୍ଚ ପ୍ରତିନିଧି ଉମାକାନ୍ତ ପାତ୍ର, ସମିତି ସଭ୍ୟାଙ୍କ ପ୍ରତିନିଧି କାର୍ତ୍ତିକ ସାହାଣୀ,ଓ ପୂର୍ବତନ ସରପଞ୍ଚ ଖଦାଳ ସ୍ବାଇଁ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ସୀତାରାମ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କ୍ରୀଡା ଶିକ୍ଷକ ଭଗବାନ ଗୌଡ଼ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବରାମ ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ନିଳାଦ୍ରୀ ବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କମିଟି ଓ ଅଭିଭାବକ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।