ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ସ୍ଥାନୀୟ ଗଡଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଓଡିଶାର ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଜେନା ସଭାପତିତ୍ୱ କରିଥିଲେ । ଏହି ସଂଘ ଏକ ସରକାରୀ ସ୍ୱିକୃତପ୍ରାପ୍ତ ସଂଘ ହୋଇଥିବାରୁ ନିୟମାନୁଯାଇ ପ୍ରତି ତିନିବର୍ଷରେ ଥରେ କର୍ମକତ୍ତା ପୁର୍ନଗଠନର ଆବଶ୍ୟକତା ସମ୍ପର୍କରେ ସଭାପତି ସୁଚନା ଦେଇଥିଳେ । ଏହି ଅବ  ସରରେ ପୁର୍ବତନ ସଭାପତି ସୁରେନ୍ଦ୍ର କୁମାର ରାଉତ ତାଙ୍କ କାର୍ଯ୍ୟକାଳ ସମୟରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସଂଘ ମାଧ୍ୟମରେ ତାହାର ସମାଧାନ କରିବାରେ ସଫଳ ହୋଇଥିବାରୁ ତାଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜଣାଇବା ସହ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସଭାପତି ଭାବେ ଶଶି ଭୂଷଣ ପୁହାଣ, କାର୍ଯ୍ୟକାରୀ ସଭାପତି ଭାବେ ରବିନାରାୟଣ ଜେନା,ଉପସଭାପତି ଭାବେ ମଙ୍ଗଳ ହାଁସଦା, ରଙ୍ଗାଧର ମହୁରୀ, ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଗିରି, ଯୁଗ୍ମ ସମ୍ପାଦକ ଭାବେ ପ୍ରଦୀପ କୁମାର ଦେହୁରୀ, ସହସମ୍ପାଦକ ଭାବେ ବସନ୍ତ କୁମାର ନାୟକ, ବୃନ୍ଦାବନ ଡାକୁଆ, କୋଷାଧ୍ୟକ୍ଷ ଭାବେ ଜ୍ଞାନ ରଞ୍ଜନ ବେହେରା, ରାଜ୍ୟ ସଂଯୋଜକ ଭାବେ ଅଭିମନୁ୍ୟ ବେହେରା, ମିଡିଆ ସେଲ ସଂଯୋଜକ ଭାବେ କେଶବ ଚନ୍ଦ୍ର କର, ଅଡିଟର ଭାବେ ସୁବାସ ଚନ୍ଦ୍ର ଜେନା ଓ ସୁଶାନ୍ତ ମାଝୀଙ୍କୁ ମନୋନୀତ କରାଯାଇଥିଲା । ନାରାୟଣ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର ନାଥ ରାଉତ, ସତ୍ୟନାରାୟଣ ଜେନା, ରଘୁନାଥ ନାୟକ ପ୍ରମୁଖଙ୍କୁ ପରାମର୍ଶଦାତା କମିଟିକୁ ମନୋନୀତ କରାଯାିଥିଳା । ଏହି ବୈଠକରେ ହାଟଡିହି ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ