ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଜରୁରୀ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗଡଚଣ୍ଡୀ ପୀଠ ଠାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶଶିଭୁଷଣ ପୁହାଣଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଂଘର ଉପଦେ୍ଦଷ୍ଟା ସୁରେନ୍ଦ୍ର ନାଥ ରାଉତ ସଭାପତିତ୍ୱ କରିଥିଲେ । ଶହେରୁ ଉର୍ଦ୍ଧ (ଏନ.ପି.ଏସ) ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ନୁତନ ବର୍ଗ ଏନ.ପି.ଏସ ଶିକ୍ଷକ ଯେଉଁମାନେ ୨୦୦୧ରୁ ଦୁର୍ଦ୍ଦିନରେ ମାତ୍ର ୧୫୦୦ଟଙ୍କାରେ ଶିକ୍ଷକତା କରିଥିଲେ ଓ ତା ପରଠାରୁ ସରକାର ୧୨୭୨୬୫ଜଣ ଶିକ୍ଷକଙ୍କୁ ନିଯୁକ୍ତିଦେଇ ଠିକା ଦରମାରେ କାର୍ଯ୍ୟକରାଇ ପରବର୍ତ୍ତି ସମୟରେ ନିୟମିତ କରିଛନ୍ତି । କିନ୍ତୁ ସରକାର ଆର୍ଥିକ ଅଭାବର ଆଳ ଦେଖାଇ ୨୦୧୩ ମସିହା ପରଠାରୁ ଠିକା ଠିକା ନିଯୁକ୍ତିକୁ ବିଶେଷକରି ହାଇସ୍କୁଲ ମାନଙ୍କରେ ନିଯୁକ୍ତ ଶିକ୍ଷକ ମାନଙ୍କୁ ୬ଟି ଇନକ୍ରିମେଣ୍ଟ ଦେଇ ୬ବର୍ଷ ଠିକା ଚାକିରୀକୁ ମୁଳ ଚାକିରିରେ ଗଣତି କରିଦେଲେ । କିନ୍ତୁ ପ୍ରାଥମିକ ଶିକ୍ଷକ, ଏସ.ଏସ ନିଯୁକ୍ତି କାଳରୁ ଠିକା କର୍ମଚାରୀକୁ ନନେଇ ଯେଉଁ ପାତର ଅନ୍ତର ନୀତି ଅବଲମ୍ବନ କଲେ ତାକୁ ଶିକ୍ଷକମାନେ ଘୋର ନିନ୍ଦା କରିଛନ୍ତି । ରାଜ୍ୟରେ ସମସ୍ତ ଏନପିଏସ ବର୍ଗର ଶିକ୍ଷକ ନେତାମାନେ ମିଳିତ ମଞ୍ଚ ଆହ୍ୱାନକୁ ସ୍ୱାଗତ କରାଯାଇ ଆନେ୍ଦାଳନକୁ ଓହ୍ଲାଇବାକୁ ଶ୍ରୀ ରାଉତ ଆହ୍ୱାନ କରିଛନ୍ତି । ହାଟଡିହି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପୁର୍ଣ୍ଣ ସମର୍ଥନ ଦେଇ ହାଟଡିହିରେ ରାଜ୍ୟ ମିଳିତ ମଞ୍ଚ ଆହ୍ୱାନରେ ଆନେ୍ଦାଳନକୁ ଓହ୍ଲାଇବାକୁ ସର୍ବସମ୍ମତକ୍ରମେ ଆଜି ନିଷ୍ପତି ନେଇଥିଲେ । ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୁରଣ ନକରିଛନ୍ତି ସେ ପର୍ଯ୍ୟନ୍ତ ରାଜରାସ୍ତାରୁ ହଟିବେ ନାହିଁ ବୋଲି ଉପସଭାପତି କେଶବ ଚନ୍ଦ୍ର କର ପ୍ରକାଶ କରିଛନ୍ତି । ଏହି ବୈଠକରେ ଅନ୍ନପୁର୍ଣ୍ଣା ଭୁୟାଁ, ସୁର୍ଯ୍ୟ ପ୍ରକାଶ ସେଠୀ, ସତ୍ୟନାରାୟଣ ଜେନା, ଅଭିମନୁ୍ୟ ବେହେରା, ଗୀତାଞ୍ଜଳୀ ମିଶ୍ର, ବସନ୍ତ ନାଇକ, ପ୍ରତାପ ବେହେରା, ପ୍ରଶାନ୍ତ କୁମାର ଜେନା, ବସନ୍ତ ମହାରଣା, ଶ୍ୟେତପଦ୍ମା ରାଉତ, ଦମୟନ୍ତୀ ମାରାଣ୍ଡି, ଗୟାଧର ମିଶ୍ର, ମଞ୍ଜୁଲତା ସୋରେନ, ରବିନାରାୟଣ ପଲେଇ, ରଙ୍ଗାଧର ମହୁରୀ, ଗଦାଧର ସେଠୀ, ଶତୃଘ୍ନ ମହାରଣା, ଦୁଲି ହାଁସଦା, ପ୍ରଦୀପ କୁମାର ଦେହୁରୀ, ନିତ୍ୟାନନ୍ଦ ଘଡେଇଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ