ପ୍ରାଧ୍ୟାପକ ହେମନ୍ତ ସାହୁଙ୍କ ଅକାଳ ବିୟୋଗ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି କଲେଜର ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ତଥା ପୁର୍ବତନ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ଅକାଳ ବିୟୋଗ ଘଟିଛି । ଗତକାଲି ରାତିରେ ତାଙ୍କର ପଦ୍ମପୁର ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଥିଲା । ସେ ପୁର୍ବରୁ କେନ୍ଦ୍ରାପଡା କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବାବେଳେ ଗତ ୨୦୦୫ରେ ହାଯଡିହି କଲେଜରେ ଯୋଗଦେଇଥିଲେ । ସେ ୨୦୨୦ ନଭେମ୍ବରରୁ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ହାଟଡିହି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦାନ କରିଥିଲେ । ସେ ଜଣେ ଛାତ୍ରବତ୍ସଳ, ମିଷ୍ଠଭାଷୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକରେ ଆଜି ହାଟଡିହି କଲେଜରେ ଏକ ଶୋକସଭା କରାଯାଇଥିଲା । ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅଧ୍ୟକ୍ଷ ରବିନାରାୟଣ ବିଶ୍ୱାଳ, ବିଜୟ କୁମାର ନାୟକ, ରବିନ୍ଦ୍ର କୁମାର ଜେନା, ବୃନ୍ଦାବନ ଓଝା, ସନାତନ ଖୁଣ୍ଟିଆ, ବରୀଭଦ୍ର ପ୍ରଧାନ, ଗୌରାଙ୍ଗ ନାୟକ, ପ୍ରଣୟ ନାୟକ, ନିଲମ ସ୍ୱୟଂ, ଶଶିକଳା ଦାସ, ମିନତୀ ବେଉରିଆ, ମୁକ୍ୟ କିରାଣୀ ଅନନ୍ତ ବେହେରା, ଜିତେନ୍ଦ୍ର ବିଶ୍ୱାଳ, ସନାତନ କର, ଗଙ୍ଗାଧର ପରିଡା, ରବିନାରାୟଣ ମିଶ୍ର, ରଘୁନାଥ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ହେମନ୍ତ କୁମାର ସାହୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନିରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ