ପ୍ରାର୍ଥୀଙ୍କ ଭୋଟ ଭିକ୍ଷା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାକଟପୁର ବ୍ଲକରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ । ଏନେଇ ପ୍ରତି ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ ମାନେ ନିଜର ରଣକୌଶଳ ପ୍ରସ୍ତୁତ କରିବା ସହ ପଞ୍ଚାୟତ ସ୍ତରରେ ଗାଁ ଗାଁ ବୁଲି ନିଜର ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗ୍ରାମ ପଞ୍ଚାୟତରେ ଶୁକ୍ରବାର ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ଲିପ୍ସାରାଣୀ ମଲ୍ଲ ଙ୍କ ଲଙ୍ଗଳ ଚିହ୍ନ ରହିଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ବିଜୟ କୁମାର ପୃଷ୍ଟି ଙ୍କ ବସ୍ ଚିହ୍ନର ପୁସିଂ କାର୍ଡ ଧରି ଗାଁ ଗାଁ ବୁଲି ଘରେ ଘରେ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ସହିତ ସରପଞ୍ଚ ସୁଭ୍ରଜିତ୍ ମଲ୍ଲ ଓ ବିଜୁ ଜନତା ଦଳ ଯୁବ ସଭାପତି ରଞ୍ଜନ ନାୟକ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି । ଏହି ପରିପେକ୍ଷରେ ବିଜେପି ସମର୍ଥିତ ସରପଞ୍ଚ ପ୍ରଥିନି ସନ୍ଧ୍ୟାରାଣୀ ମଲ୍ଲଙ୍କ ଛତା ଚିହ୍ନ ରହିଥିବା ବେଳେ ସମିତି ସଭ୍ୟ ପ୍ରାଥି ଉପେନ୍ଦ୍ର ସୁବୁଦ୍ଧିଙ୍କ କେଟିଲି ଚିହ୍ନର ପୁସିଂ କାର୍ଡ ଧରି ଘରକୁ ଘର ଯାଇ ନିଜର ଚିହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଏହି କୁଣ୍ଢେଇ ପଞ୍ଚାୟତ ରେ ୨୫ ଗୋଟି ୱାର୍ଡ ରହିଥିବା ବେଳେ ୭୯୦୦ ଭୋଟର ଙ୍କ ସଂଖ୍ୟା ରହିଅଛି ।ସରପଞ୍ଚ ପ୍ରାଥି ଓ ସମିତି ସଭ୍ୟ ପ୍ରାର୍ଥୀ ନିଜ ନିଜର ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ଆସନ୍ତା ୨୪ ତାରିଖରେ ଏହି ଗ୍ରାମପଞ୍ଚାୟତରେ ମତଦାନ ଅନୁଷ୍ଠିତ ହେବ ।


