ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ : ସମସ୍ତ ପ୍ରାର୍ଥୀ କୋଭିଡ ନିୟମ ମାନିବାକୁ ବାଧ୍ୟ

ମୋହନା, (ଅଂଶୁମାନ ପଣ୍ଡା) :ନିର୍ବାଚନ ଆୟୋଗଙ୍କ ନିର୍ଦେଶ କ୍ରମେ ସୋମବାର ଠାରୁ ଆରମ୍ଭ ହୋଇଛି ୱାର୍ଡ଼ ସଭ୍ୟ, ସଭ୍ୟା, ସମିତି ସଭ୍ୟ, ସଭ୍ୟା ଓ ସରପଞ୍ଚ ମାନଙ୍କ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ଯାହାକୁ ନେଇ ଗଜପତି ଜିଲ୍ଲାର ମୋହନା ବ୍ଲକରେ ବିଡିଓଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ ଚ଼ତୁଃପାର୍ଶ୍ଵରେ ପୁଲିସ ବାହିନୀକୁ ନିୟୋଜିତ କରି କୋଭିଡ ନିୟମ ଅନୁଯାୟୀ ସମିତିସଭ୍ୟ ମାନେ ସୋମବାର ମୋହନା ବ୍ଲକରେ ପ୍ରଥମ ଦିନରେ ୩ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ କିଛି ପଂଚାୟତରେ ମୋଟ ୭ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି । ୱାର୍ଡ ସଭ୍ୟ, ସଭ୍ୟା ମୋଟ ୨୭ଜଣ ନିଜର ନାମାଙ୍କନ ପତ୍ର ନିଜ ନିଜ ପଞ୍ଚାୟତରେ ଦାଖଲ କରିଥିବା ମୋହନା ବ୍ଲକ ପକ୍ଷରୁ ସୂଚନା ମିଳିଛି । ସକାଳ ୧୧ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ