ପ୍ରାର୍ଥୀ ପତ୍ର ଦାଖଲ କରିବା ପୂବରୁ ମାଁ ଦର୍ଶନ କଲେ ନବୀନ
ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ର।।ର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ଦକ୍ଷିଣ ଓଡିଶାର ଆରାଧ୍ୟ ଦେବୀ ମାଆ ତାରାତାରୀଣି ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ଦର୍ଶନ କରିବା ସହ ବିଜୟ ହାସଲ କରିବା ପାଇଁ
ଁ ମାଆଙ୍କ ନିକଟରେ ଆର୍ଶୀବାଦ କାମନା କରିଛନ୍ତି ନବୀନ । ନବୀନ ନିଜ ହାତରେ ମାଆ ତାରାତାରିଣୀଙ୍କୁ ଜୁହାର କରିବା ସହ ମାଙ୍କ ଆଳତୀ ଲଗାଇଥିଲେ । ନବୀନଙ୍କ ଦର୍ଶନ ପାଇଁ ମନ୍ଦିର ର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମାଆଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଉପଜିଲ୍ଲାପାଳ ନିକଟରେ ୪ ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହା ପରେ ନବୀନ ବିମାନ ଯୋଗେ ଭୂମନେଶ୍ୱର ଫେରିଗଲେ ।