ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ
ମୟୂରଭଞ୍ଜ ଜିଲ୍ଲାର ଚତୁର୍ଥ ତଥା ଶେଷ ରେ ଆଗାମୀ ଏପ୍ରିଲ ୨୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।ଏଥିପାଇଁ ସବୁଦଳ ତରଫରୁ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ଧିରେ ଧିରେ ସଜବାଜ ହେଉଛନ୍ତି ।ଶୁକ୍ରବାର ମଧ୍ୟାହ୍ନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେପି ତରଫରୂ ନବ ଚରଣ ମାଝୀ
ତାଙ୍କ ସମର୍ଥକମାନଙ୍କ ସହ ବାଜା ରୋଷଣୀରେ ରାଇରଙ୍ଗପୁର ସରସ୍ବତୀ ବିଦ୍ୟା ମନ୍ଦିର ଛକରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖସ କରିଛନ୍ତି । ।ତାଙ୍କ ସହିତ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ବିଜେପି ସଭାପତି ନବିନ ରାମ,ପୂର୍ବତନ ଟସର ନିଗମ ଅଧ୍କ୍ଷ ସଂଜୀବ ମହାନ୍ତି ଏବଂ ଅନ୍ୟାନ୍ୟ ୫ଜଣ ଆଶାୟୀ ପ୍ରାର୍ଥୀ ଉପସ୍ଥିତ ଥିଲେ ।ତ। ସହ ବ୍ଲକ ସଭାପତି ଓ ମଣ୍ଡଳ ସଭାପତି ଥିଲେ ।ନାମାଙ୍କନ ଦାଖଲପରେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀଙ୍କ ମୌଳିକ ସମସ୍ୟାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି,ପିଇବା ପାଣି,ଗମନାଗମନ, ବାଇପାଶ ନିର୍ମାଣ, ରେଳ ବିକାଶ,ଶିକ୍ଷକ ନିଯୁକ୍ତି ପାଇଁ ସଦାସର୍ବଦା ଚେଷ୍ଟା କରିବେ ।


