ପ୍ରିୟଙ୍କାଙ୍କୁ କପି କଲେ ପାକିସ୍ତାନୀ ଅଭିନେତ୍ରୀ

ମୁମ୍ବାଇ : ପ୍ରିୟଙ୍କା ଚୋପ୍ରା ନା କେବଳ ଦେଶରେ, ବରଂ ବିଦେଶରେ ବି ବହୁତ ଲୋକପ୍ରିୟ ହୋଇଯାଇଛନ୍ତି। ପଡ଼ିଶା ଦେଶ ପାକିସ୍ତାନରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ସେଥିପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀ ପ୍ରିୟଙ୍କାଙ୍କ ବିବାହ ଲେହେଙ୍ଗାକୁ କପି କରିଥିବାର ନଜର ଆସିଛନ୍ତି। ପାକିସ୍ତାନୀ ଅଭିନେତ୍ରୀ ଇକରା ଅଜିଜ୍‌ ଏବେ ଏବେ ନିଜ ବୟଫ୍ରେଣ୍ଡ ୟାସିର୍‌ ହୁସେନଙ୍କ ସହିତ ବିବାହ କରିଛନ୍ତି। ଏହି ସମୟରେ ଇକରା ଏକ ଲାଲ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଏହାସହିତ ସେ ହେଭି ଜୁଏଲର ମଧ୍ୟ କ୍ୟାରୀ କରିଥିଲେ। ବିବାହ ବେଳେ ଇକରା ନିଜ ଲୁକ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ଲାଲ୍‌ ରଙ୍ଗର ଲେହେଙ୍ଗାରେ ଇକରା ଖୁବ୍‌ ସୁନ୍ଦରୀ ଦିଶୁଥିଲେ। ତେବେ ଏହାକୁ ନେଇ ୟୁଜରମାନେ ତାଙ୍କୁ ଖୁବ୍‌ ଟ୍ରୋଲ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ