୪୧ ବର୍ଷ ବୟସରେ ବିଦ୍ୟା ବଲାନ୍‌

ମୁମ୍ବାଇ : ଇତିମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ମୁମ୍ବାଇର ଚେମ୍ବୁରଠାରେ ୧୯୭୯ ମସିହା ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୯୫ରେ ଫିଲ୍ମ ‘ହମ୍‌ ପାଞ୍ଚ’ ଜରିଆରେ ପ୍ରଥମେ ଅଭିନୟ କରିଥିବାବେଳେ ୨୦୦୫ ମସିହାରେ ‘ପରୀଣିତା’ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ପରବର୍ତ୍ତୀ ସମୟରେ ବିଦ୍ୟାଙ୍କୁ ‘ଲଗେ ରହୋ ମୁନ୍ନାଭାଇ’, ‘ବେବି’, ‘କିସମତ୍‌ କନେକସନ୍‌’, ‘ଭୁଲ୍‌ ଭୁଲେୈୟାଁ, ‘ପା’, ‘ଇଶ୍କିୟା’, ‘ନୋ ଓ୍ବାନ୍‌ କିଲ୍ଡ ଜେସିକା’, ‘କାହାନୀ’ ସିରିଜ୍‌, ‘ତୁମ୍‌ହାରୀ ସୁଲ୍ଲୁ’, ‘ମିଶନ୍‌ ମଙ୍ଗଲ୍‌’ ଆଦି ଫିଲ୍ମରେ ବେଶ୍‌ ଉଚ୍ଚକୋଟୀର ଅଭିନୟ କରିଛନ୍ତି । ତେବେ ବିଦ୍ୟା ବଲାନ୍‌ ସାଉଥ୍‌ ଫିଲ୍ମ ଷ୍ଟାର୍‌ ସିଲ୍କ ସ୍ମିଥାଙ୍କ ଜୀବନୀକୁ ନେଇ ଫିଲ୍ମ ‘ଦ ଡାର୍ଟି ପିକ୍ଚର’ରେ ଭିନ୍ନ ଧରଣର ଅଭିନୟ କରି ବଲିଉଡ୍‌ରେ ବେଶ୍‌ ଚହଳ ସୃଷ୍ଟି କରିଥିଲେ । ବିଦ୍ୟା ପ୍ରତ୍ୟେକ ଫିଲ୍ମରେ ନିଜର ନିଆରା ଅଭିନୟ ପ୍ରଦର୍ଶନ କରିଥା’ନ୍ତି । ୨୦୧୨ ମସିହାରେ ବିଦ୍ୟା ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି । ଫିଲ୍ମ ବ୍ୟତୀତ ସର୍ବଦା ନିଜ ଚେହେରାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି ଏହି ଅଭିନେତ୍ରୀ ଜଣଙ୍କ । ଜିରୋ ଫିଗର୍‌କୁ ପସନ୍ଦ କରୁନଥିବା ଏହି ଅଭିନେତ୍ରୀ ଜଣଙ୍କ ନିଜର ବଳିଷ୍ଠ ଅଭିନୟ ଜରିଆରେ ବଲିଉଡ୍‌ରେ ବେଶ୍‌ ସକ୍ରିୟ ରହିଛନ୍ତି । ନିକଟରେ ବିଦ୍ୟା ଶକୁନ୍ତଳା ଦେବୀଙ୍କ ବାୟୋପିକ୍‌ରେ ନଜର ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ