ପ୍ରେତାତ୍ମା ଭୟରେ ନେଲ୍ପଲିସ ଲଗାନ୍ତି ପୁରୁଷ
ଥାଇଲାଣ୍ଡରର ପୁହଙ୍ଗ୍ ଗାଁରେ ପୁରୁଷମାନେ ପ୍ରେତାତ୍ମା ଭୟରେ ନେଲ୍ପଲିସ୍ ଲଗାଇଥାନ୍ତି । ଲୋକେ କୁହନ୍ତି ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ । ଏହାର କିଛି ଦିନ ପରେ ଗାଁର ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ପ୍ରେତାତ୍ମା ପ୍ରବେଶ କରି ସେମାନଙ୍କୁ ହଇରାଣ ହରକତ କରିଥିଲା । ତେବେ ଜଣେ ତାନ୍ତ୍ରିକଙ୍କ ପରାମର୍ଶ ପରେ ପୁରୁଷମାନେ ନେଲ୍ ପଲିସ୍ ଲଗାଇବାରୁ ସେମାନଙ୍କୁ ପ୍ରେତାତ୍ମା ହଇରାଣ କରି ନ ଥିଲା । ଇତି ମଧ୍ୟରେ ଗାଁର ଅନେକ ଲୋକ ଘରଛାଡ଼ି ଅନ୍ୟସ୍ଥାନରେ ରହିବାକୁ ଆରମ୍ଭ କରିଛନ୍ତି । ପୁରୁଷମାନଙ୍କୁ କାହିଁକି ପ୍ରେତାତ୍ମା ହଇରାଣ କରୁଛି ତାହା ବର୍ତ୍ତମାନ ସୁଧା ଜଣାପଡ଼ି ନ ଥିଲେ ମଧ୍ୟ କେତେକ ଡାକ୍ତରଙ୍କ ଅନୁସାରେ ଗାଁରେ ମିଳୁଥିବା ପାଣିରେ କିଛି ରାସାୟନିକ ପଦାର୍ଥ ରହିଛି ଯାହାକି ପୁରୁଷଙ୍କ ହରମୋନ୍କୁ ପ୍ରଭାବିତ କରିଥାଏ । ଫଳରେ ସେମାନଙ୍କଠାରେ ପାଗଳାମି ପ୍ରକାଶ ପାଇଥାଏ । ଏହାକୁ ଲୋକେ ପ୍ରେତାତ୍ମାର ପ୍ରଭାବ କହିଥାନ୍ତି ।


