ଭାଇରାଲ୍ ହେଉଛି “ପାକିସ୍ତାନୀ ରୁଟି’
ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ରୁମାଲି ରୁଟି ବା ତନ୍ଦୁରି ରୁଟି କଥା ଶୁଣିଥିବେ ଏବଂ ଖାଇଥିବେ । ହେଲେ କେବେ ଚାଦର ରୁଟି କଥା ଶୁଣିଛନ୍ତି କିମ୍ବା ଖାଇଛନ୍ତି କି? ଶୁଣିଲା ବେଳକୁ କଥାଟା ଅଡୁଆ ଲାଗୁଥିବ, ହେଲେ କଥାଟି ସତ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡଓ ଭାଇରାଲ ହୋଇଛି । ଯେଉଁଥିରେ ରୁଟିର ଆକାରକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏହି ଗୋଟିଏ ରୁଟିରେ ପୂରା ପରିବାରର ପେଟ ଭର୍ତ୍ତି ହୋଇଯିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତାହା ପୁଣି ଗୋଟିଏ ପାକିସ୍ତାନୀ ପରିବାରର ବୋଲି କୁହାଯାଇଛି । ଦେଢ଼ ମିନିଟ୍ର ଏହି ଭିଡିଓକୁ ବ୍ୟବସାୟୀ ହର୍ଷ ଗୋଏଙ୍କା ଶେୟାର କରିଛନ୍ତି । ଶେୟାରର କିଛି ସମୟ ଭିତରେ ଏହାକୁ ୫୦ ହଜାରରୁ ଊର୍ଦ୍ଧ୍ୱ ୟୁଜର୍ସ ଦେଖିବା ସହ ବହୁ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି । ଉକ୍ତ ଭିଡିଓଟିରେ ଜଣେ ବ୍ୟକ୍ତି ନିଜ ହାତରେ ଅତି କୌଶଳତାର ସହ ରୁଟି କରୁଥିବାର ଦେଖିବାକୁ ମିଳିଛି । ଏହି ରୁଟି ଘରର ଖଟ ଆକାରର ହୋଇଥିବାରୁ ଏହାକୁ ଚାଦର ରୁଟି ବୋଲି କୁହାଯାଉଛି । ଏହାକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ରୁଟିକୁ ଦେଖିବା ପରେ ଭୋକ ମେଣ୍ଟିଗଲାଣି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ପାକିସ୍ତାନୀ ରୁଟି, ଗୋଟିଏ ରୁଟି ପୁରା ପରିବାରର ପେଟ ଭର୍ତ୍ତି ହୋଇପାରିବ ।


