ପ୍ରେମରେ ପଡିଲେ କ’ଣ ହୁଏ ପ୍ରେମିକାର ମନ ?

ପ୍ରେମରେ ପଡିଲେ ଝିଅମାନେ ଭୋକଶୋଷ ଭୁଲି ଯାଆନ୍ତି । ବଦଳି ଯାଏ ତାଙ୍କ ଜୀବନଚର୍ଯ୍ୟା, ବଦଳିଯାଏ କଥାବାର୍ତ୍ତାଶୈଳୀ । ପ୍ରେମକୁ ନେଇ ଖୁବ ଭାବପ୍ରବଣ ହୋଇପଡନ୍ତି । ଅଜଣାତରେ ପାଲଟି ଯାଆନ୍ତି ଜଣେ ଭାବୁକ । ପ୍ରତି ମୁହୂର୍ତ୍ତରେ ପ୍ରେମିକାର ଆଖିରେ ଖାଲି ନାଚି ଉଠେ ପ୍ରେମିକର ମୁହଁ । ଆସନ୍ତୁ ଜାଣିବା ପ୍ରେମରେ ପଡିଲେ ଝିଅଙ୍କ ବ୍ୟବହାରରେ କେଉଁ କେଉଁ ପରିବର୍ତ୍ତନ ଆସିଯାଏ ।
ପ୍ରେମରେ ପଡିଲେ ଝିଅଙ୍କ ଆଖିକୁ ନିଦ ଆସିନଥାଏ । ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିଥାନ୍ତି । ରାତି ରାତି ଫୋନରେ କଥା ହୋଇଥାନ୍ତି । କେତେବେଳେ ରାତି ପାହି ସକାଳ ହୋଇଯାଇଥାଏ, ତାହା ତାଙ୍କୁ ଜଣାପଡେନି ।
ପ୍ରେମରେ ପଡିଲେ ଝିଅମାନେ ଅଧିକ ସଜେଇ ହେବାକୁ ଭଲପାଆନ୍ତି । ସେମାନେ ଚାହାଁନ୍ତି ତାଙ୍କ ପ୍ରେମିକ ଆଗରେ ପରୀଟିଏ ପରି ଦେଖାଯିବେ । ସେଥିପାଇଁ ସବୁବେଳେ ଆଇନା ଆଗରେ ଠିଆ ହୋଇ ନିଜକୁ ସଜେଇ ହେବାରେ ବ୍ୟସ୍ତ ରହିଥାନ୍ତି । ଏହା ସହ ଆଇନାକୁ ଚାହିଁ ଚାହିଁ ମନକୁ ମନ କଥା ହୋଇଥାନ୍ତି, ଖୁବ୍ ହସିଥାନ୍ତି ।
ଝିଅମାନେ ପ୍ରେମରେ ପଡିଲେ ରୋମାଣ୍ଟିକ ଷ୍ଟୋରୀ ଓ ଲଭଷ୍ଟୋରୀ ପଢ଼ିବା ପାଇଁ ଭଲ ପାଇଥାନ୍ତି । ସବୁବେଳେ ରୋମାଣ୍ଟିକ ଗୀତ ଶୁଣିବାକୁ ଭଲ ପାଇଥାନ୍ତି ।
ଥରେ ପ୍ରେମରେ ପଡିଲେ ଝିଅମାନେ ଚାଲି ଓ କଥା କହିବାର ଶୈଳୀ ପରିବର୍ତ୍ତନ ହୋଇଯାଇଥାଏ । ସବୁବେଳେ ଝିଅମାନେ ଲାଜେଇଲା ଭଳି କଥା ହୋଇଥାନ୍ତି । ବିଭିନ୍ନ ଫ୍ୟାସନ ପୋଷାକ ପିନ୍ଧିବାକୁ ଭଲ ପାଇଥାନ୍ତି । ନିଜର ମେକ୍ଅପ୍ ନେଇ ସବୁବେଳେ ବ୍ୟସ୍ତ ହୋଇପଡିଥାନ୍ତି ।
ତେବେ ଆଜିର ଯୁଗରେ ବିନା ମୋବାଇଲରେ ପ୍ରେମ ଯେମିତି ଅସମ୍ଭବ ହୋଇପଡିଛି । ଘଣ୍ଟା ଘଣ୍ଟା ଚାଟିଂ, ମେସେଜ ଦିଆନିଆରେ ଭୋକଶୋଷ ମରିଯାଏ । ଥରୁଟିଏ ପ୍ରେମରେ ପଡିଲେ ପ୍ରେମିକା ଚାଲିଯାଏ ଭିନ୍ନ ଏକ ଦୁନିଆକୁ । ଯେଉଁ ଜୀବନର ବେଗ ବଢ଼ିଯାଏ ଆବେଗ ସହ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ