ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ,ମୃତ ଦେହ ଉଦ୍ଧାର
କଳାହାଣ୍ଡି , ( ଯୁଗାବ୍ଦ ନ୍ୟୁଜ୍ ) : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଡୁଡୁକାଠେଙ୍ଗା ଗ୍ରାମର ନରୋଳା ସ୍ଥାନରେ ଥିବା ବିଲ ନିକଟରେ ଜଣେ ଯୁବକଙ୍କର ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବାକୁ ମିଳିଥିବା ବେଳେ ଯୁବତୀ ଜଣକଙ୍କ ମୃତଦେହ ଏକ ବିଲ ନିକଟରେ ପଡିରହିଛି । ଯୁବତୀ ଜଣଙ୍କ ବେକକୁ ଚୁନିରେ ମଧ୍ୟ ଭିଡା ହୋଇଛି । ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସଂନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଷ୍ଟ ମୋର୍ଟମ ପରେ ପ୍ରକୃତ ରହସ୍ୟର ପର୍ଦାଫାସ ହେବ । ଯୁବକ ଜଣଙ୍କ ନିରଞ୍ଜନ ଳହଜଳ ବୋଲି ଜଣାପଡିଛି ।