ପ୍ରେମ ସମ୍ପର୍କରେ ତିକ୍ତତା ଆସିବାର କାରଣ

ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ସାଧାରଣ କଥା । ହେଲେ ଅନେକ ସମୟରେ ଏହି ଝଗଡ଼ା ସମ୍ପର୍କ ଭାଙ୍ଗିଦେଇଥାଏ । ସାମାନ୍ୟ କଥାରେ ଅଲଗା ହୋଇଯିବା ଯୋଗୁ ପ୍ରେମୀଯୁଗଳଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଝଗଡ଼ା ପରି ଆଉ କିଛି କାରଣ ରହିଛି ଯାହା ସମ୍ପର୍କକୁ ଭାଙ୍ଗିଦେଇଥାଏ । ଜାଣନ୍ତୁ ସେ ସମ୍ପର୍କରେ ।
ଅନ୍ୟ ସ୍ଥାନକୁ ଯିବା ମାତ୍ରେ ସାଥୀକୁ ଭୁଲିଯିବା: କେତେ ଜଣ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଲି ସମୟରେ ବୁଲିଯିବାକୁ ପସନ୍ଦ କରୁଥିଲେ ହେଁ ନିଜର ସାଥୀଙ୍କୁ ପୂରା ଭୁଲିଯାଆନ୍ତି । ମାତ୍ର ପ୍ରେମରେ ଥିବା ବେଳେ ଅନ୍ୟ ସ୍ଥାନକୁ ଯାଇ ନିଜର ପାର୍ଟନରଙ୍କୁ ଭୁଲିଯାଆନ୍ତୁ ନାହିଁ । କାରଣ ଏହି ଅଭ୍ୟାସ ଆପଣଙ୍କ ସାଥୀ ସହ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କକୁ ଭାଙ୍ଗିଦିଏ ।
ବ୍ୟସ୍ତତା: ନିଜ କାମକୁ ନେଇ ବ୍ୟସ୍ତ ରହିବା ସ୍ୱାଭାବିକ କଥା । ନିଜ କାମକୁ ପ୍ରାଥମିକତା ଦେବା ଜରୁରୀ ହୋଇଥାଏ । ମାତ୍ର ବେଳେବେଳେ ଆବଶ୍ୟକତାଠାରୁ ଆପଣଙ୍କ ଅଧିକ ବ୍ୟସ୍ତତା ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ସୃଷ୍ଟି କରିଥାଏ, ଯାହା ସମ୍ପର୍କ ଭାଙ୍ଗିବାର କାରଣ ପାଲଟେ ।
ମେସେଜର ଉତ୍ତର ନ ଦେବା: ଆଜିକାଲିର ଇଣ୍ଟରନେଟ୍ ଯୁଗରେ ଅନ୍‌ଲାଇନ୍ ଥାଇ ମଧ୍ୟ ପାର୍ଟନରଙ୍କ ମେସେଜ୍‌କୁ ଦେଖି ଅଣଦେଖା କରିବା ଅଥବା କୌଣସି ମେସେଜ ନ ଦେବା ସମ୍ପର୍କରେ ତିକ୍ତତା ଆସିବାର ଅନ୍ୟତମ ପ୍ରମୁଖ କାରଣ ।
ଗୁରୁତ୍ୱ ନ ଦେବା : ଏପରି କେତେ ଜଣ ପାର୍ଟନର ଅଛନ୍ତି ଯେଉଁମାନେ ପାର୍ଟନରଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥାନ୍ତି । ସେହି ପରିସ୍ଥିତିରେ ସମ୍ପର୍କରେ ତିକ୍ତତା ଆସିବା ସହ ଭାଙ୍ଗିଯିବା ସହଜ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ