ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଅଗଷ୍ଟ ୫ରେ ଟ୍ରି ବ୍ୟାଙ୍କ ଓ ସିଡ୍ ବ୍ୟାଙ୍କ ଉଦ୍‌ଘାଟନ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିବେଶ ସୁରକ୍ଷା, ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଆବଶ୍ୟକ । ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ କମିଟି ଓ ଆମେରିକାର ସାଟେଲାଇଟ୍ ସଂସ୍ଥା ନାସାର ରିପୋର୍ଟ ଅନୁସାରେ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର ଭାରତର ବମ୍ବେ, କୋଚି ଓ ଓଡ଼ିଶାର ପାରାଦ୍ୱୀପ ସହର ୨୦୨୨ ମସିହା ଶେଷ ସୁଦ୍ଧା ୫ ଫୁଟ ପାଣି ଭିତରେ ରହିବ । ଏହି ସମସ୍ୟାର ମୁଖ୍ୟ ସମାଧାନ ବ୍ୟାପକ ବୃକ୍ଷ ରୋପଣ କରିବା । ଅନେକ ବ୍ୟକ୍ତି ଗଛ ଲଗାଇବାକୁ ଚାହୁଁଥିଲେ ବି ସେମାନଙ୍କ ପାଖରେ ଜାଗା ଥିଲେ ମଧ୍ୟ ପାଖରେ ଲଗାଇବାକୁ ଗଛ ନାହିଁ । ସେହିପରି ଅନେକ ବ୍ୟକ୍ତି ଗଛ ଲଗାଇବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କ ପାଖରେ ଜାଗା ନାହିଁ । ତେଣୁ ଯେଉଁ ବ୍ୟକ୍ତି ଗଛ ନେବାକୁ ଚାହିଁବେ ଓ ଯେଉଁ ବ୍ୟକ୍ତି ଗଛ ଦେବାକୁ ଚାହିଁବେ, ସେମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ପାଇଁ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଆସନ୍ତା ତା ୦୫.୦୮.୨୦୨୨ରିଖ ଶୁକ୍ରବାର ଦିନ ଗୀତ ଗୋବିନ୍ଦ ସଦନ ଠାରେ ଟ୍ରି ବ୍ୟାଙ୍କ ଉଦ୍‌ଘାଟନ ହେବ । ଏଥି ସହିତ ଜାମୁ, ନିମ୍ବ, ଆମ୍ବ, ପଣସ ଆଦି ମଞ୍ଜି ଯେଉଁମାନେ ସଂଗ୍ରହ କରି ଦେବେ, ସେଥିପାଇଁ ସିଡ୍ ବ୍ୟାଙ୍କ ଉଦ୍‌ଘାଟିତ ହେବ । ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଶ୍ରୀ ବିଚିତ୍ରାନନ୍ଦ ଖୁଣ୍ଟିଆ (ନିଲୁ) ବ୍ୟାଙ୍କ ମ୍ୟାନେଜର, ଫୋନ୍ ନଂ-୯୪୩୮୦୮୦୦୧୩ କିମ୍ବା ୮୩୪୯୯୭୬୯୬୩ରେ ଯୋଗାଯୋଗ କରିବାକୁ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ