ପ୍ରେସ୍ କ୍ଳବର ତୀବ୍ର ପ୍ରତିକ୍ରିୟା :  ଖବର ପ୍ରସାରଣ ପାଇଁ ଲଗାଇଲେ ରୋକ୍ 

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗଣଶିକ୍ଷା ବିଭାଗ ତରଫରୁ ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରବେଶ ନ କରିବା ପାଇଁ ନିର୍ଦ୍ଦେଶ ଆସିବା ପରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତଥା ଅନୁଷ୍ଠାନ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଏହି ନିଷ୍ପତ୍ତିକୁ ନେଇ ବେଲଗୁଣ୍ଠା ପ୍ରେସ୍ କ୍ଲବ ର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଲାଗି ରହୁଛି ଏ ସବୁ କୁ ଲୋକ ଲୋଚନ ତଥା ପ୍ରଶାସନର ଜ୍ଞାତସାରକୁ ଆଣିବା ଏବଂ ଏହାର ସମାଧାନ ପାଇଁ ଚେଷ୍ଟା କରିବା ଗଣମାଧ୍ୟମର କର୍ତ୍ତବ୍ୟ ତାହା ଛଡା ବିଦ୍ୟାଳୟରେ ବିଭିନ୍ନ ସମୟରେ ହେଉଥିବା କାର୍ଯ୍ୟକ୍ରମ ଯେପରି ବନ ମହୋତ୍ସବ, ବାର୍ଷିକୀ ଉତ୍ସବ, ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଗସ୍ତ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ବହୁ କୃତି ଛାତ୍ରଛାତ୍ରୀଙ୍କ ବିଷୟରେ ନିଜ‌ ନିଜ ଗଣମାଧ୍ୟମ ଦ୍ବାରା ପ୍ରକାଶିତ ଓ ପ୍ରସାରିତ କରିବା ଦିଗରେ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ଫଳରେ ସରକାରୀ ବିଦ୍ୟାଳୟର ଏହି ସବୁ କାର୍ଯ୍ୟକ୍ରମ ଗୁଡିକୁ ଲୋକମାନଙ୍କ ନିକଟରେ ଅତି ସହଜରେ ପହଞ୍ଚୁଥିଲା । କିନ୍ତୁ ସରକାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଦ୍ୟାଳୟ ପ୍ରବେଶ ବାରଣ କରିବା ଘଟଣା ପରେ ବେଲଗୁଣ୍ଠା ପ୍ରେସ୍ କ୍ଲବ ତରଫରୁ ଏହି ବୈଠକରେ ଏ ବିଷୟରେ ଆଲୋଚନା କରାଯାଇ ଗଣଶିକ୍ଷା ବିଭାଗର ନିଷ୍ପତି କୁ ନିନ୍ଦା କରିବା ସହିତ ଆଗାମୀ ଦିନରେ ସରକାରୀ ସ୍କୁଲରେ ହେବାକୁ ଥିବା କୌଣସି କାର୍ଯ୍ୟକ୍ରମର ଖବର ପ୍ରସାରଣ କିମ୍ବା ପ୍ରକାଶ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନେ ସମର୍ଥନ ଜଣାଇ ସହମତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ ସମ୍ପାଦକ ସରୋଜ କୁମାର ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ସୁଶାନ୍ତ କୁମାର ବେହେରା, ସନ୍ତୋଷ କୁମାର ବିଷୋୟୀ, ସୁରେଶ ସୁବୁଦ୍ଧି, ଜଗନାଥ ନାୟକ, ସଚିନ୍ ପୁରୋହିତ, ମାଧବାଚନ୍ଦ୍ର ଆପଟ, ବିନ୍ଦୁପ୍ରିୟା ଦାଶ, ବର୍ଷାରାଣୀ ସ୍ୱାଇଁ,ଚନ୍ଦନ କୁମାର ସାହୁ, ରାଜେଶ କୁମାର ପାତ୍ର, ଜଗନ୍ନାଥ ନାୟକ, ସନ୍ତୋଷ ଡାକୁଆ, ସୁଧାଂଶୁ ଶେଖର ବିଷୋୟୀ, ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ