ପ୍ରୟାଗୀ ଗ୍ରାମର ଦକ୍ଷିଣାଞ୍ଚଳ ଠାରୁ ଆର୍ଯ୍ୟପଲ୍ଲୀ ଗ୍ରାମର ଉତ୍ତରାଞ୍ଚଳ ପର୍ଯ୍ୟନ୍ତ ମାଛଧରା ନିଷେଧ
ଛତ୍ରପୁର, (ଦେବଦତ୍ତ ମହାରଣା):ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ଓଡିଶା ସରକାରଙ୍କ ବିଜ୍ଞ୍ୟାପନ ସଂଖ୍ୟା ୧୨୩୧୨/F & ARD ତା:- ୧୨-୧୧-୨୦୧୪ରିଖ ଓ ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡିଶା, କଟକଙ୍କ ନିର୍ଦ୍ଦେଶ ସଂଖ୍ୟା ୧୫୭୧୩, ତା- ୩୧-୧୦-୨୦୨୨ ରିଖର ନିର୍ଦ୍ଦେଶାନୁସାରେ ଋଷିକୁଲ୍ୟା ମୂହାଣ (ପ୍ରୟାଗୀ ଗ୍ରାମର ଦକ୍ଷିଣାଞ୍ଚଳ ଠାରୁ ଆର୍ଯ୍ୟପଲ୍ଲୀ ଗ୍ରାମର ଉତ୍ତରାଞ୍ଚଳ ପର୍ଯ୍ୟନ୍ତ) ସଲଗ୍ନ (୧୦ କି.ମି. ଦକ୍ଷିଣ, ୧୦ କି.ମି. ଉତ୍ତର ଓ ୧୦ କି.ମି. ସମୁଦ୍ର ମଧ୍ୟସ୍ଥ) ସାମୁଦ୍ରିକ ଅଞ୍ଚଳରେ ବିରଳ କଇଁଛ “ଓଲିଭ୍ ରିଡଲ୍” ର ସମାଗମ ହେବାର ଋତୁକୁ ଦୃଷ୍ଟିରେ ରଖି ଓ ଏହି ବିରଳ କଇଁଛର ସୁରକ୍ଷା ନିମନ୍ତେ ତା: ୦୧ ନଭେମ୍ବର ୨୦୨୨ ରିଖ ରୁ ତା ୩୧ ମଇ ୨୦୨୩ ରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ପ୍ରୟାଗୀ ଠାରୁ ବଡ ଆର୍ଯିପଲ୍ଲି ପର୍ଯ୍ୟନ୍ତ ସମସ୍ତ ସାମୁଦ୍ରିକ ଗ୍ରାମରେ ମାଛଧରା ନିଷେଦ୍ଧ କରାଗଲା I ଉକ୍ତ ଅଞ୍ଚଳରେ ଟ୍ରଲର, ଯନ୍ତ୍ରଚାଳିତ ଡଂଙ୍ଗା କିମ୍ବା ଯାନ୍ତ୍ରିକ ଉପାୟରେ ମାଛଧରିବା ସଂପୂର୍ଣ୍ଣ ନିଷେଦ୍ଧ କରଯାଇଛି l ଏହାକୁ ଅବମାନନା କଲେ ସମ୍ପୂର୍ଣ ଭାବେ ଅବମାନନାକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମତ୍ସ୍ୟ ଅଧିକାରୀ, ଗଞ୍ଜାମ(ସାମୁଦ୍ରିକ)ଛତ୍ରପୁର ସୂଚନା ଦେଇଛନ୍ତି l