ପ୍ରୟାସକାନ୍ତି ସାମଲ ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ମନୋନୀତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଗତ ୨୫ ତାରିଖରେ ତାଙ୍କ ପୁତ୍ର ଇଂ.ପ୍ରୟାସକାନ୍ତି ସାମଲଙ୍କୁ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି । ଏନେଇ ସେ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିବା ପରେ ଜିଲା କାର୍ଯ୍ୟାଳୟ(ଜି.ଏଲ୍ ଏଣ୍ଡ ମିସ୍ ସେକ୍ସନ) ମେମୋ ନଂ-୨୩୦୪/ତା-୨୭-୮-୨୦୧୯ ରିଖରେ ଏ.ଡି.ଏମ୍, ଭଦ୍ରକ, ପି.ଡି,ଡିଆରଡିଏ, ଭଦ୍ରକ, ଉପଜିଲାପାଳ, ଭଦ୍ରକ, ଡି.ଏଫ.ଓ,ଭଦ୍ରକ, ଡି.ଡି.ଏ,ଭଦ୍ରକ, ବିଡିଓ ବନ୍ତ ଓ ଭଣ୍ଡାରିପୋଖରୀ, ତହସିଲଦାର ବନ୍ତ ଓ ଭଣ୍ଡାରିପୋଖରୀ, ଡି.ଏସ୍.ଡବ୍ଲୁ.ଓ, ଭଦ୍ରକ, ଡି.ଏସ୍.ଏସ୍.ଓ,ଭଦ୍ରକ, ଡି.ଡବ୍ଲ୍ୟୁ.ଓ,ଭଦ୍ରକ, ସିଡିପିଓ ବନ୍ତ ଓ ଭଣ୍ଡାରିପୋଖରୀଙ୍କୁ ଅବଗତ କରାଯାଇଛି । ଏଣିକି ବିଧାୟକଙ୍କ ପୁତ୍ର ଜିଲା ସମେତ ଦୁଇଟି ବ୍ଲକରେ ସମସ୍ତ ଅଫିସିଆଲ୍ସ କାର୍ଯ୍ୟରେ ବିଧାୟକଙ୍କ ତରଫରୁ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । ବିଧାୟକଙ୍କ ଏଭଳି ପଦକ୍ଷେପକୁ କିଛି ଦଳୀୟ କର୍ମୀ ସ୍ୱାଗତ କରିଥିବା ବେଳେ କିଛି କର୍ମୀଙ୍କ ମଧ୍ୟରେ ଛନକ୍ା ପସିଛି । କାରଣ ବିଧାୟକଙ୍କ କ୍ଷମତାକୁ ବହୁ ଦିନ ଧରି ଉପଭୋଗ କରିଆସୁଥିବା କିଛି ନେତା ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ବିଧାୟକ ପ୍ରତିନିଧି ଭାବେ ଦାୟୀତ୍ୱ ନେବା ପରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା କିଭଳି ରହିବ ସେନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଛି ।