ପ୍ରୟାସ’ର ନବରାତ୍ର ଦାଣ୍ଡିଆ ମହୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଗତ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା\’ଙ୍କୁ ସମର୍ପିତ ଦଶମ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୧୯ରୁ ୨୫ ତାରିଖ ସନ୍ଧ୍ୟା ୬ଟା ରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳ ତଥା ମହୋତ୍ସବର ପ୍ରାଣକେନ୍ଦ୍ର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ସାଂସ୍କୃତିକ ବିଧିବିଧାନ ଓ ସମ୍ପୂର୍ଣ୍ଣ ପାରିବାରିକ ବାତାବରଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବର କଳାତ୍ମକ ଦିଗକୁ ପ୍ରାଧାନ୍ୟ ଦିଆଯାଇ ଦାଣ୍ଡିଆ ସମ୍ବନ୍ଧିତ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ।ଏଥର ୨୨୫୦୦ ବର୍ଗଫୁଟର ମେଗା ଷ୍ଟେଜରେ ସାତ ଦିନ ଧରି ଏହି ମହୋତ୍ସବରେ ଅଭିଜ୍ଞ ନୃତ୍ୟଶିଳ୍ପୀଙ୍କ ତତ୍ତ୍ୱାବଧାନରେ ଦାଣ୍ଡିଆ ନୃତ୍ୟ, ଅତ୍ୟାଧୁନିକ ଏଲ୍‌ଇଡି ଆଲୋକ ସଜ୍ଜା, ଉନ୍ନତମାନର ଲାଇଭ ବ୍ୟାଣ୍ଡ ସହ ଆଲୋକମାଳାର ଅପୂର୍ବ ସମନ୍ୱୟ ନୃତ୍ୟାଙ୍ଗନାଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟେଜ୍‌, ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟକର ଖାଦ୍ୟ ପାନୀୟ ଷ୍ଟଲ୍‌, ମୁଖ୍ୟ ନୃତ୍ୟସ୍ଥଳ ପାଇଁ ପ୍ରଶସ୍ଥ, ମଜବୁତ ଓ ସୁରକ୍ଷିତ ଫ୍ଲୋରବୋର୍ଡ ଷ୍ଟେଜ୍ ବ୍ୟବସ୍ଥା କରାଯାଇଛି । ମହୋତ୍ସବର ପ୍ରତ୍ୟେକ ଦିନର ଈରଗ୍ଦଗ୍ଧ ଊବଦ୍ଭମରକ୍ସ, ଈରଗ୍ଦଗ୍ଧ ଉକ୍ଟଙ୍କକ୍ଟ୍ରକ୍ଷର, ଈରଗ୍ଦଗ୍ଧ ଉକ୍ଟଗ୍ଦଗ୍ଧଙ୍କଜ୍ଞର ବଦ୍ଭୟ ଈରଗ୍ଦଗ୍ଧ କସୟଗ୍ଦ ଊବଦ୍ଭମରକ୍ସ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହି ସାଂସ୍କୃତିକ ମହୋତ୍ସବର ବିବିଧ ଦିବସରେ ସମାଜର ବହୁ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଉପସ୍ଥିତ ରହି ନୃତ୍ୟପ୍ରେମୀଙ୍କୁ ଉତ୍ସାହିତ କରିବେ । ବ୍ୟବସାୟିକ ନୁହେଁ ବରଂ ସାଂସ୍କୃତିକ ଉତ୍କର୍ଷତା ନିମିତ୍ତ ଜନସାଧାରଣଙ୍କ ସହଭାଗୀ ସହଯୋଗିତା ପାଇଁ ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି, ହୋଟେଲ ଦି ପାର୍କ ପ୍ରିମିୟମ୍‌, ସତ୍ୟନଗରଠାରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ସୂଚିତ କରିଥିଲେ ଏବଂ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୟାସର ସଦସ୍ୟମାନେ ତଥା ଜୟନ୍ତ କୁମାର ମହାନ୍ତି, କୌସ୍ତୁଭ ଦାସ, ସୁରେଶ କୁମାର ପତ୍ରୀ, କମଳ ମହାନ୍ତି, ଜସ୍ମିନ ମହାନ୍ତି, ସୋନାଲୀ ପ୍ରିୟଦର୍ଶିନୀ, ବୃନ୍ଦାବନ ପଡିହାରୀ, ସୂର୍ଯ୍ୟ ନାରାୟଣ ମହାନ୍ତି, ପପୁ, ରିଶି ଏବଂ ଉମାକାନ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ