ପ୍ରୟାସ ଆୟୋଜିତ ୯ମ ସାମୂହିକ ବିବାହ ମହୋତ୍ସବର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜର ସବୁ ବର୍ଗ, ଗୋଷ୍ଠୀ, ଜାତି ତଥା ବିଧବା, ଅକର୍ମଣ୍ୟ, ଅବହେଳିତଙ୍କୁ ଏକାଠି କରି ‘ସାମୂହିକ ବିବାହ’କୁ ଏକ ‘ସାମାଜିକ ମହୋତ୍ସବ’ର ମାନ୍ୟତା ଦେବାକୁ ‘ପ୍ରୟାସ’ ଏକ ପ୍ରୟାସ କରିଛି । ୪ ଫେବୃଆରୀ ୨୦୨୩ ଶନିବାର ସନ୍ଧ୍ୟାରେ ମଙ୍ଗନି, ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ୫ ଫେବୃଆରୀ ୨୦୨୩ ଦିନ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଏକ ‘ସାମୂହିକ ବିବାହ ମହୋତ୍ସବ’ ଅନୁଷ୍ଠିତ ହେବ । ଆବେଦନ କରିଥିବା ବରବଧୂ, ସେମାନଙ୍କ ପରିବାରର ଉପସ୍ଥିତିରେ ବିବାହ ସମ୍ପନ୍ନ ହେବା ସହ ଆଇନ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହେବେ । ପାରମ୍ପରିକ ବିବାହ ପ୍ରଥାକୁ ସାମୂହିକ, ଅର୍ଥ ପ୍ରାବଲ୍ୟହୀନ ଓ ନିରାଡ଼ମ୍ବର କରି ଏକ ନୂତନ ସାମାଜିକ ଚେତନା ଉଦ୍ରେକ ଦ୍ୱାରା ଯୁବଗୋଷ୍ଠୀ ମଧ୍ୟରେ ବିବାହର ଏକ ମର୍ଯ୍ୟାଦାପୂର୍ଣ୍ଣ ଅର୍ଥ ଉପସ୍ଥାପନ କରିବାକୁ ‘ପ୍ରୟାସ’ ଉଦ୍ୟମ କରିଛି । ନବମ ବିବାହ ମହୋତ୍ସବ ଅନୁଷ୍ଠିତ ହେଉଛି ବୋଲି ଅଭ୍ୟର୍ଥନା କମିଟିର ଆବାହକ ତଥା ଶିକ୍ଷାବିତ୍ ଡଃ ବଦ୍ରିନାଥ ପଟ୍ଟନାୟକ କହିଛନ୍ତି । ପୂର୍ବାହ୍ନ ୧୧ ଘଟିକାରେ ଇଉନିଟ୍‌-୨ ଆର୍ଯ୍ୟ ସଂସ୍କୃତି ମନ୍ଦିରଠାରୁ ୨୫ ଜଣ ବର ବାହାରି ଇଉନିଟ୍‌-୩ସ୍ଥିତ ଶ୍ରୀ ଶ୍ରୀରାମ ମନ୍ଦିରକୁ ବରାନୁଗମନ କରିବେ । ଏହି କାର୍ଯ୍ୟକ୍ରମରେ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କମଲ ମହାନ୍ତି, ସୋନାଲି ପ୍ରିୟଦର୍ଶିନୀ, ଜୟନ୍ତ ମହନ୍ତି, ମହାମାୟୀ ତେଜାନୀ, ଡ. ସୁରେନ୍ଦ୍ର ମହାପାତ୍ର, ବୃନ୍ଦାବନ ପଢ଼ିହାରୀ, ସଂଗ୍ରାମ ମହାରଣା, କୌସ୍ତୁଭ ଦାସ, ଗୌରୀଶଙ୍କର ଅଗ୍ରୱାଲ, ପ୍ରେମ ଅଗ୍ରୱାଲ, ଶିଶିର ମହାପାତ୍ର, ଦିଲ୍ଲୀପ ପଣ୍ଡା ଏବଂ ଉମାକାନ୍ତ ତାଣ୍ଡି ଓ ଅନ୍ୟ କାର୍ଯ୍ୟକର୍ତ୍ତା ନିଜର ସହଯୋଗର ହାତ ବଢ଼ାଇଛନ୍ତି ବୋଲି ‘ପ୍ରୟାସ’ର ଅଧ୍ୟକ୍ଷ ବନ ମହାନ୍ତି କହିବା ସହ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇ ସାମାଜିକ ଉତ୍ତରଦାୟିତ୍ୱର ନିର୍ବାହନ କରିବାକୁ ସଶ୍ରଦ୍ଧ ଅନୁରୋଧ କରିଛନ୍ତି । ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଅନୁସାରେ ଏହି ସାମୂହିକ ବିବାହ ଅନୁଷ୍ଠିତ ହେବ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ