ପ୍ଲାଜମା ଥେରାପି ଏକ ନୂଆ ଆଶା ସଞ୍ଚାର କରିଛି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ର କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ଦ୍ରୁତ ଗତିରେ ବଢ଼ି ଚାଲିଥିବା ଜଣାପଡିଛି । କରୋନା ମହାମାରୀ ସୁସ୍ଥ ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରକାର ଟୀକା କିମ୍ବା ଔଷଧ ବାହାରି ନ ଥିବା ବେଳେ ଆମ ରାଜ୍ୟରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ନୂଆ ଆଶା ସଞ୍ଚାର କରିଛି । ଯେଉଁଥି ପାଇଁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ କିପରି ନିଜର ପ୍ଲାଜମା ଅନ୍ୟମାନଙ୍କୁ ଦାନ କରିବେ, ଯାହା ଫଳରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ବ୍ୟକ୍ତିମାନେ ସେମାନଙ୍କର ବହୁ ମୂଲ୍ୟ ଜୀବନ ପାଇପାରିବେ।ସୁସ୍ଥ ବ୍ୟକ୍ତିମାନଙ୍କୁ ପ୍ଲାଜମା ପ୍ରଦାନ କରିବା ନିମନ୍ତେ ବୁଝାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ଆମେ ଯଦି ସ୍ୱ-ଇଚ୍ଛାରେ ପ୍ଲାଜମା ଅନ୍ୟ ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦାନ କରିବା ତା ହେଲେ ଆମେ ଜଣଙ୍କ ଜୀବନ ବଞ୍ଚାଇ ପାରିବା ତା ସଂଗେ ତା ପରିବାର ମୁହଁରେ ହସ ଫୁଟାଇ ପାରିବା ବୋଲି ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ।


