ମାନବିକତାର ପରିଚୟ ଦେଖାଇ ପୁଣିଥରେ ପ୍ରସଂଶାର ପାତ୍ର ସାଜିଛନ୍ତି ଗଞ୍ଜାମ ଜିଲ୍ଲାପାଳ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ମାନବିକତା ର ପରିଚୟ ଦେଖାଇ ପୁଣିଥରେ ପ୍ରସଂଶା ର ପାତ୍ର ସାଜିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଶୁକ୍ରୁବାର ଅପରାହ୍ନରେ କନିସି ଠାରେ ଚାଲିଥିବା ନୁତନ କୋଭିଡ୍ ମେଡିକାଲ ର ତଦାରଖ କରିବା ଲାଗି ଯିବା ସମୟରେ ଜାତୀୟ ରାଜପଥ ରେ ଜଣେ ମୋଟର ସାଇକେଲ ଆରୋହୀ ଦୁର୍ଘଟଣା ଗ୍ରସ୍ତ ହୋଇ ଛଟପଟ ହେଉଥିବା ଦେଖି ତତ୍ କ୍ଷଣାତ ସହାୟତା ର ହାତ ବଢାଇଥିଲେ । ନିଜ ଗାଡି ରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇବା ସହ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ସମସ୍ତ ବନ୍ଦୋବସ୍ତ କରାଇଥିଲେ। ଜିଲ୍ଲାପାଳ ଙ୍କ ଏଭଳି ପ୍ରୟାସ କୁ ଦେଖି ସମସ୍ତେ ବେସ ପ୍ରସଂଶା କରିଥିବା ବେଳେ ଆଜି ଜଣେ ଅଜଣା ଯୁବକର ଜୀବନ ବଞ୍ଚି ଯାଇଛି


