ପ୍ଲାଷ୍ଟିକ ସାଜିଛି ମୃତ୍ୟୁଯନ୍ତା

ଚେନ୍ନାଇ: ପ୍ଲାଷ୍ଟିକ ଦ୍ରବ୍ୟ ସହ ପଲିଥିନର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ନଷ୍ଟ ହେଉଛି ବୋଲି ଭାବିବା ଠିକ୍ ନୁହେଁ । ଏହାଦ୍ୱାରା ପ୍ରାଣୀଜଗତ ମଧ୍ୟ ପ୍ରଭାବିତ ହେଉଛନ୍ତି । ବାହାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ଓ ପଲିଥିନ ଖାଇ ଅନେକ ଗାଈଗୋରୁ ମୃତ୍ୟୁବରଣ କରୁଛନ୍ତି । ଏହା କେତେ ମାରାତ୍ମକ ତାହା ଚେନ୍ନାଇର ଏକ ଘଟଣାରୁ ଜଣାପଡ଼େ । ମାଡ୍ରାସର ପ୍ରାଣୀ ଚିକିତ୍ସାଳୟରେ ଏକ ଗାଈ ପେଟରୁ ୫୨ କିଲୋ ଓଜନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରିବା ସମସ୍ତଙ୍କ ଆଖି ଖୋଲିଦେଇଛି । କେବଳ ସେତିକି ନୁହେଁ ଗାଈପେଟରୁ ସିରିଞ୍ଜ ଛୁଞ୍ଚି, ନଖ, ଆଲୁମିନିୟମ୍ ପାତ ଓ କଣ୍ଟା, କଏନ୍ ଆଦି ବାହାରିଛିୟ ଅପରେଶନ ଦ୍ୱାରା ଡାକ୍ତର ଏଗୁଡ଼ିକୁ ଗାଈ ପେଟରୁ ବାହାର କରିଛନ୍ତି । ଏବେ ସଚେତନ ହେବାର ବେଳ ଆସିଛିୟ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାରେ ଫିଙ୍ଗିଲେ ଜୀବଜଗତ କିଭଳି ପ୍ରଭାବିତ ହେବ, ତାହା ଏଥିରୁ ଅନୁମେୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ