ପ୍ୟାରେଡ୍ରୁ ବାଦ୍ ପଡ଼ିଲା ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ
ନୂଆଦିଲ୍ଲୀ : ସବୁଆଡ଼େ ଗଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ଦିବସ ଅବସରରେ ନୂଆଦିଲ୍ଲୀରେ ହେବାକୁ ଥିବା ପ୍ୟାରେଡ୍ରେ ବିଭିନ୍ନ ରାଜ୍ୟ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବେ। ମାତ୍ର ଐହି ମେଢସୂଚୀରୁ ପଶ୍ଚିମବଙ୍ଗ ବାଦ୍ପଡିଛି । ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ନେଇ କେନ୍ଦ୍ର ସରକାରଙ୍କୁ ପାଖକୁ ମୋଟ ୫୬ଟି ପ୍ରସ୍ତାବ ଆସିଥିଲା । ଏହି ପ୍ରସ୍ତାବ ମଧ୍ୟରେ ପଶ୍ଚିମବଙ୍ଗର ପ୍ରସ୍ତାବ ମଧ୍ୟ ରହିଥିଲା । କିନ୍ତୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଭିନ୍ନ ବିଷୟକୁ ନେଇ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି । ତେବେ ନିକଟରେ ଏହି ପ୍ରଜ୍ଞାପନ ମେଢ ବାଦ୍ ପଡ଼ିବା ଘଟଣା ଏକ ନୂତନ ବିବାଦର ସୂତ୍ରପାତ କରିପାରେ ବୋଲି ସୂଚନା ମିଳୁଛି ।


