‘ପ୍ୟୁପଲ ଅଫ ମାଇ ଲାଇଫ’ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ସାମାଜିକ ସଂଗଠନ ‘ପ୍ୟୁପଲ ଅଫ ମାଇଁ ଲାଇଫ’ର ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲା ରକ୍ତଭଣ୍ଡାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ରକ୍ତଭଣ୍ଡାର ପରିସରରେ ଆୟୋଜିତ ଏହି ଶିବିରକୁ ସଂଗଠନର ଅଧ୍ୟକ୍ଷା ବିବିଧା ସାୟନ୍ତନୀ ରୂପମ୍ବିକା ପ୍ରିୟଦର୍ଶିନୀ ଉଦଘାଟନ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଲୋକଙ୍କ ସେବାରେ ସଂଗଠନକୁ ସକ୍ରିୟ ରଖିବା ସହ ରକ୍ତର ଅଭାବ ପୂରଣ ପାଇଁ ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳର ବହୁ ଉଦୀୟମାନ ଯୁବବଙ୍କୁ ନେଇ ଏହି ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଥିଲେ । ଏହି ଶିବିରରେ ସଂଗଠନର ବହୁ ସଦସ୍ୟ ରକ୍ତଦାନ କରିଥିଲେ । ରବୀନ୍ଦ୍ର ଘଡ଼େଇ, ଗୌରୀଶଙ୍କର ରାଉତ, ସୌମ୍ୟଜିତ ମହାକୁଡ଼, ଉମାକାନ୍ତ ମହାପାତ୍ର, ବିଶ୍ୱଜିତ ଦାସ, ମହେଶ କମିଳା, ଅନୀଲ କୁମାର ସେଠୀ, ମାନସ ବେହେରା, ଦେବାନନ୍ଦ ଦାସ ପ୍ରମୁଖ ଏହି ଶିବିରକୁ ପରିଚାଳନା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଜରୁରୀ ପରିସ୍ଥିତିରେ ଏହି ଶିବିର ଆୟୋଜନକୁ ନେଇ ଜିଲା ରକ୍ତ ଭଣ୍ଡାର ଅଧିକାରୀ ସମସ୍ତଙ୍କୁ ପ୍ରଶଂସା କରିଥିଲେ ।


