ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଚାଉଳ ଯୋଗାଣରେ ଅନିୟମିତତା

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଚାଉଳ ଯୋଗାଣରେ ଅିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତକୁ ଆଲଟମେଣ୍ଟ ଅନୁଯାଇ ଚାଉଳ ଦିଆନଯାଇ ବହୁ କମ ପରିମାଣରର ଚାଉଳ ଓ ଗହମ ଦିଆଯାଇଥିବାରୁ ହିତାଧିକାରୀ ମାନେ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତକୁ ଜୁଲାଇ ଓ ଅଗଷ୍ଟ ମାସରେ ଓ କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଦତ୍ତ ଚାଉଳକୁ ମିଶାଇ ସେଲ ରେଜିଷ୍ଟର ଅନୁସାରେ ୧୧୨୭କୁଇଣ୍ଟାଲ ୬୬କେଜି ଚାଉଳ ମିଳିବାକୁ ଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ୯୮୮କୁଇଣ୍ଟାଲ ୫୬କିଲୋ ଚାଉଳ ଦିଆଯାଇଛି । ଫଳରେ ପଞ୍ଚାୟତକୁ ୧୩୯କୁଇଣ୍ଟାଲ ୧୦କେଜି ଚାଉଳ ଓ ୧୬କୁଇଣ୍ଟାଲ ଗହମ କମ ଦିଆଯାଇଛି । ଯାହାଦ୍ୱାରାକି ପଞ୍ଚାୟତର ଶହଶହ ହିତାଧିକାରୀ ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ଓ ଗହମ ପାଇବାରୁ ବଞ୍ଚିତ ହୋଇ ନିୟମିତ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଛନ୍ତି । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଚାଉଳ ଓ ଗହମ ସେଳରେଜିଷ୍ଟର ଅନୁଯାଇ ମିଳିଥିବାବେଳେ ଏହି ଦୁଇମାସର ଚାଉଳ ଗଲା କୁଆଡେ ବୋଲି ହିତାଧିକାରୀ ମାନେ ପ୍ରଶ୍ନ କରିଛନ୍ତି । ଯଦି ଆମକୁ ଚାଉଳ ଦିଆନଯାଏ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ହିତାଧିକାରୀ ମାନେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ସେମାନେ ଚାଉଳ ପାଇନଥିବାରୁ ସମସ୍ୟାରେ ପଡିଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ