ଫଟେକ୍ନୋ ପକ୍ଷରୁ ୩୫,୦୦୦ରୁ ଅଧିକ ରିଟେଲରଙ୍କ ସହାୟତାରେ ଡୋର୍ ଷ୍ଟେପ୍ ଡେଲିଭରୀ ଆରମ୍ଭ
ମୁମ୍ବାଇ : ଅଗ୍ରଣୀ ପ୍ରିମିୟମ୍ ସ୍ମାଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ସମ୍ପ୍ରତି ଦେଶରେ କୋଭିଡ୍-୧୯ ଯୋଗୁ ଦେଖାଦେଇଥିବା ସଙ୍କଟରେ ୩୫,୦୦୦ରୁ ଅଧିକ ଅଫ୍ଲାଇନ୍ ରିଟେଲରଙ୍କ ସହାୟତାରେ ଡୋର୍ ଷ୍ଟେପ୍ ଡେଲିଭରୀ ଆରମ୍ଭ କରାଯାଇଛି । ଫଳରେ ଗ୍ରାହକ ଘରେ ବସି ସୁରକ୍ଷିତ ଭାବେ ଟୋକ୍ନୋର ବିଭିନ୍ନ ଉତ୍ପାଦ ପାଇପାରିବେ । କମ୍ପାନୀର ନୋଏଡ଼ା ଫ୍ୟାକ୍ଟ୍ରି ଏବଂ ସର୍ଭିସ୍ କେନ୍ଦ୍ରରେ ସରକାରଙ୍କ ଜୋନିଂ ନିୟମକୁ ପାଳନ କରାଯାଇ ଏହା ସମ୍ପନ୍ନ ହେଉଛି । ଗ୍ରାହକମାନେ ଘରେ ରହି https://www.tecno-mobile.in/tecnorakshaks/ ୱେବସାଇଟ୍ ମାଧ୍ୟମରେ ପିନ୍ କୋଡ୍ ଏବଂ ଯୋଗାଯୋଗ ଠିକଣା ବିଶଦ ଭାବେ ପ୍ରଦାନ କରିପାରିବେ । ଗ୍ରାହକଙ୍କ ପାଖରେ ଥିବା ରିଟେଲର୍ ଟେକ୍ନୋ ଉତ୍ପାଦ ନେଇ ତାଙ୍କ ଘରେ ଯୋଗାଇ ଦେବେ । କୋଭିଡ୍-୧୯ ସଙ୍କଟରେ ଟେକ୍ନୋ ପକ୍ଷରୁ ଏହି ୨୪ ଘଂଟିଆ କାର୍ଯ୍ୟ ଜାରି ରହିଛି । ଏଥି ପାଇଁ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଚାର୍ଜ ମଧ୍ୟ ଗ୍ରହଣ କରାଯାଉ ନାହିଁ । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ, ଟେକ୍ନୋ ଏକ ଗ୍ରାହକ କେନ୍ଦ୍ରୀକ ବ୍ରାଣ୍ଡ୍ । ଦେଶରେ ଦେଖାଦେଇଥିବା ମହାମାରୀ ଆମ ସମସ୍ତଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇଛି । ଗ୍ରାହକମାନେ ଷ୍ଟୋରକୁ ଆସିବା ସମ୍ଭବ ହେଉନାହିଁ । ଏପରିସ୍ଥଳେ ୩୫,୦୦୦ରୁ ଅଧିକ ରିଟେଲର୍ଙ୍କ ସହଯୋଗରେ ସରକାରଙ୍କ ନିୟମକୁ ମାନି ଗ୍ରାହକଙ୍କ ଡୋର୍ ଷ୍ଟେପ୍ରେ ବିଭିନ୍ନ ଉତ୍ପାଦ ଯେଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଟେକ୍ନୋର ଲୋକପ୍ରିୟ କ୍ୟାମନ-୧୫, କ୍ୟାମନ୍-୧୫ ପ୍ରୋ ମଧ୍ୟ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । କମ୍ପାନୀ ପକ୍ଷରୁ ସ୍ପାର୍କ ଗୋ ପ୍ଲସ୍ ମଡେଲ୍ ସହିତ ୭୯୯ଟଙ୍କା ମୂଲ୍ୟର ମାଗଣା ବ୍ଲୁଟୁତ୍ ଇୟର ପିସ୍ ସୀମିତ ସମୟ ପାଇଁ ଗ୍ରାହକଙ୍କୁ ଯୋଗାଇ ଦିଆଯିବ । ଏହା ସହିତ ଗୋଟିଏ ଥର ସ୍କ୍ରିନ୍ ରିପ୍ଲେସ୍ମେଂଟ ସହିତ ସମସ୍ତ ଉତ୍ପାଦ ଉପରେ ୧୨ ମାସର ୱାରେଂଟି ସହିତ ଏକ ମାସର ବର୍ଦ୍ଧିତ ୱାରେଂଟି ପ୍ରଦାନ କରାଯିବ । ଟେକ୍ନୋର ୩୭୦ରୁ ଅଧିକ ସର୍ଭିସ୍ କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହା ନୋଏଡ଼ା ସ୍ଥିତ ଫ୍ୟାକ୍ଟିରେ କାମ ମେ ୧୧ରୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗ ଦର୍ଶିକା ଏବଂ ପରାମର୍ଶ ଅନୁସାରେ ଆରମ୍ଭ କରାଯିବ । ଟେକ୍ନୋ ପକ୍ଷରୁ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ୨ ମାସର ୱାରେଂଟି ଭଳି ଅନନ୍ୟ ପ୍ରୟାସ ସ୍ମାର୍ଟଫୋନ୍ ପାଇଁ ଆରମ୍ଭ କରାଯାଇଛି । ୨୦୨୦ ମାର୍ଚ୍ଚ ୨୦ ଏବଂ ମେ ୩୧ ମଧ୍ୟରେ ଶେଷ ହେଉଥିବା ସମସ୍ତ ୱାରେଂଟି ଏହାର ଅନ୍ତର୍ଭୁକ୍ତ ହେବେ । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି ।