ଫଟୋଗ୍ରାଫର ଆସୋସିଏସନର ତୃତୀୟ ବୈଠକ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଂଜନଗର ଘୁମୁସର ଫଟୋ ଗ୍ରାଫର ଆସୋସିଏସନ ତରଫରୁ ରବିବାର କବି ସମ୍ରାଟ ଉପେନ୍ଦ୍ର ଭଂଜ ମହାବିଦ୍ୟାଳୟରେ ସାମ୍ବାଦିକ ଜୟକୃର୍ଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିଥିରୁପେ ବିରଞ୍ଚି ନାରାୟଣ ମିଶ୍ର, ଦର୍ପ ନାରାୟଣ ଜେନା ,ସାଗର ବେହେରା, ନିରଞ୍ଜନ ପ୍ରଧାନ, ସମୀର ବେହେରା ମଂଚାସୀନ ରହିଥିବା ବେଳେ ବୈଠକରେ ସଂଘର ନୀତି ଓ ନିୟମ , ନୂତନ ସଭ୍ୟ ସଂଗ୍ରହ ଓ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିସହ ଭଂଜନଗର ବେଲଗୁଣ୍ଠା, ସୋରଡା, ଅଂଚଳର ୫୦ ରୁ ଉର୍ଦ୍ଧ୍ୱ ଫଟୋ ଗ୍ରାଫର ଓ ଭିଡିଓ ଗ୍ରାଫର ଯୋଗଦେଇ ବିସୃତ ଆଲୋଚନା କରିଥ୍‌ôଲେ ।ଏଥି ସମେତ ଏହି କାର୍ଯ୍ୟରେ ସଂଗ୍ରାମ ସ୍ୱାଇଁ,ଆଦିତ୍ୟ ,ନାରାୟଣ ପଣ୍ଡା,ସନ୍ତୋଷ କୁମାର ,ସୁଶାନ୍ତ ସ୍ୱାଇଁ,ନାରାୟଣ ନାୟକ, ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ