ଅନନ୍ୟ ପ୍ରତିଭାର ଅଧିକାରୀ ପ୍ରଫୁଲ୍ଲ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌); ଛତ୍ରପୁର ସହରର ଅନନ୍ୟ ପ୍ରତିଭା ଭାବରେ ବେଶ୍ ପରିଚିତ ଛତ୍ରପୁର ସହର ଶ୍ରୀନଗର ସାହି ନିବାସୀ କର୍ମକାଣ୍ଡ ବିଷେଷଜ୍ଞ ତଥା ସୁ ସାହିତ୍ୟିକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର । ୧୯୫୫ ମସିହାରେ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ବିଦ୍ୟା ପୀଠରେ ପ୍ରାଥମିକ ସ୍ତରରେ ଅଧ୍ୟୟନ କରିବା ପରେ ଲକ୍ଷ୍ମୀନୃସିଂହ କଳାମନ୍ଦିର କବିସୁର୍ଯ୍ୟନଗରର ସଙ୍ଗୀତ ମହାବିଦ୍ୟାଳୟ ଦ୍ୱାରା ଆମ ସଙ୍ଗୀତ ଶିକ୍ଷା ପାଠ୍ୟଖସଡା ଅନୁସାରେ ଶାସ୍ତ୍ରୀୟ ସଙ୍ଗୀତ ପୁର୍ଣ୍ଣ କରି ୧୯୬୮ ମସିହାରେ ହିଞ୍ଜିଳିକାଟୁ ମେଣ୍ଢାଖାଇ ପର୍ବତ ଉପରେ ବିଜେ କରିଥିବା ଶ୍ରୀ ହନୁମାନ ଓ ଶିବ ମନ୍ଦିର ରେ ପୂଜା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏହି ସମୟରେ ଶ୍ରୀ ଗଣେଷଙ୍କ ତାଣ୍ଡବ ନୃତ୍ୟକୁ ସ୍ୱପ୍ନରେ ଦେଖି ଅଗାଧ ଜ୍ଞାନର ରଶ୍ମୀ ତାଙ୍କ ହୃଦୟରେ ପ୍ରବାହିତ ହୋଇଥିଲା । ୧୯୬୨ ରେ ଭୁବନେଶ୍ୱର ଆଦିବାସୀ ପଡିଆ ସ୍କୁଲରେ ମୁଲିଆ ଡ୍ରାମାରେ ଅଭିନୟ କରି ବେଶ୍ ଲୋକାଦୃତ ହୋଇପାରିଥିଲେ । ହିଞ୍ଜିଳିକାଟୁ କଲେଜ ଠାରେ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ଆଗମନରେ ପ୍ରଥମେ ସଙ୍ଗୀତ ଗାନ କରିଥିବା ବେଳେ ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସଙ୍ଗୀତ ଗାନ କରି ବା ସହ ଛତ୍ରପୁର ସାହିତ୍ୟ ସଂସଦ,ବ୍ରହ୍ମପୁର ଫଲଗୁ ସାହିତ୍ୟ ସଂସଦ,ଉତ୍କଳାଶ୍ରମ ବିଚିତ୍ର ସଂସାର,ସିଦ୍ଧାର୍ଥ ନଗର,ରେଡିଓ ଷ୍ଟେସନ୍‌,ସାଂସ୍କୃତିକ ଅନୁଷ୍ଠାନ ଓ ସାହିତ୍ୟ ଅନୁଷ୍ଠାନ ମାନଙ୍କରେ ସଙ୍ଗୀତ ଗାନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିପାରିଛନ୍ତି ଶ୍ରୀ ମହାପାତ୍ର । ଓଡିଶୀ,ଚମ୍ପୁ,ରାଧାପ୍ରେମ ଲୀଳା,ପାଲା,ଦାସକାଠିଆ,ଲକ୍ଷ୍ମୀ ପୂରାଣ,ସଖୀ ନାଚ ଭଳି ବିଭିନ୍ନ ଲୋକ ନୃତ୍ୟ ରେ ତାଙ୍ଗ ଅଗାଧ ଜ୍ଞାନ ରହିଛି । ଭୁବନେଶ୍ୱର ସୁର ଝଙ୍କାର,ରବିନ୍ଦ୍ର ମଣ୍ଡପ ପ୍ରଭୃତି ସ୍ଥାନରେ ସଙ୍ଗୀତ ଗାନ କରି ମୁଖ୍ୟ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବାଲେଶ୍ୱର ସ୍ଥିତ ପଦ୍ମଲୋଚନ ପାଠାଗାରର ବାର୍ଷିକ ଉତ୍ସବରେ ସାହିତ୍ୟ ଲେଖା ଓ ଦାସକାଠିଆ ନୃତ୍ୟ ପରିବେଷଣ କରି ଉତ୍କଳ ଏକାଡେମୀର ସଭାପତି ଓ ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ଦ୍ୱାରା ସମ୍ମାନୀତ ହୋଇଥିବା ବେଳେ ସଂସ୍କୃତି ଭବନ ର ଜୟଦେବ ଜୟନ୍ତି,ସ୍ୱଜନ ସାହିତ୍ୟର ବାର୍ଷିକ ଉତ୍ସବରେ ନିଜ ପ୍ରତିଭା ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି । ତା ସହ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଦ୍ୱାରା ଲିଖିତ ଅନୁଚିନ୍ତା,ପୂଜା ଓ ଭଜନ,ଶ୍ରୀ ଜୟଦେବ,ଶ୍ରୀ ଜଗନ୍ନାଥ,ଉର୍ମିଳାଙ୍କ ପତିବ୍ରତା,ନିନ୍ଦନୀୟ ନୁହେଁ ବନ୍ଧନୀୟା,ଲୀଳାମୟ ଜଗନ୍ନାଥ,ବିଶ୍ୱ ସମ୍ବିଧାନର ପ୍ରତୀକ ଜଗନ୍ନାଥ,ଶ୍ରୀରାମ ସ୍ମରଣିକା,ଶତୃଘ୍ନଙ୍କ ଚରିତ୍ର ଇତ୍ୟାଦି ସ୍ଥାନ ପାଇଛି । ତାଙ୍କର ଏହି ପ୍ରତିଭା ପାଇଁ ଫଲଗୁ ସାହିତ୍ୟ ସଂସଦ ବ୍ରହ୍ମପୁର,ଶିଶୁ ସାହିତ୍ୟ କର୍ମଶାଳା ବ୍ରହ୍ମପୁର,ଆକାଶ ବାଣି ବ୍ରହ୍ମପୁର,ପୁରୋହିତ ବ୍ରାହ୍ମଣ ସମିତି ବ୍ରହ୍ମପୁର,ଗାୟତ୍ରୀ ଯଜ୍ଞ ବିପୁଳିଙ୍ଗି,ଛତ୍ରପୁର ସାହିତ୍ୟ ସଂସଦ,ଜୟଦେବ ଜୟନ୍ତି ଛତ୍ରପୁର ସାହିତ୍ୟ ସଂସଦ,ଡିଆରଡିଏ ଛତ୍ରପୁର ର ସାହିତ୍ୟ ସମ୍ମିଳନୀ,ଜୀବନ ବିମା ବାର୍ଷିକ ଉତ୍ସବ,ସୂଚନା ଓ ଲୋକ ସଂପର୍କ ବିଭାଗ ଛତ୍ରପୁର,ପଦ୍ମଲୋଚନ ରଙ୍ଗମଞ୍ଚ ବାଲେଶ୍ୱର ,ସୁର ଝଙ୍କାର ଭୁବନେଶ୍ୱର,ବାଳକୃଷ୍ଣ ଦାସ ଫାଉଣ୍ଡେସନ୍ ଭୁବନେଶ୍ୱର ଆଦି ସ୍ଥାନରୁ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାର ତତ୍ କାଳୀନ ଅତିରିକ୍ତ ଜିଲ୍ଲାପାଳ ରମାନାଥ ମହାନ୍ତି,ରବି ନାରାୟଣ ପାଣି,ଫକୀର ମୋହନ ପଣ୍ଡା,ସୁବା ରାଓ, ତତକାଳୀନ ଛତ୍ରପୁର ଉପଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ମିଶ୍ର,  ତତକାଳୀନ ଛତ୍ରପୁର ତହସିଲଦାର ଭଗବାନ ସାହୁ, ତତକାଳୀନ ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ଉଦୟନାଥ ପଣ୍ଡା, ତତକାଳୀନ ସହକାରୀ ଆରକ୍ଷୀ ଅଧୀକ୍ଷକ କୁମାର ମହାନ୍ତିଙ୍କ ଭଳି ବହୁ ପଦାଧିକାରୀ ମାନେ ତାଙ୍କର ଏହି ପ୍ରତିଭା ପାଇଁ ତାଙ୍କୁ ସମ୍ମାନିତ କରିଛନ୍ତି ।  ସେ ମୁମ୍ବାଇ ସ୍ଥିତ ଅଖିଳଭାରତ ଗର୍ନ୍ଧବ ବିଦ୍ୟାଳୟ,ଚଣ୍ଡିଗଡ ହିନ୍ଦୁସ୍ଥାନୀ ସଙ୍ଗୀତ ପ୍ରାଚୀନ କଳା କେନ୍ଦ୍ର, ନାଟ୍ୟ ସଙ୍ଗୀତ ଏକାଡେମୀ ଭୁବନେଶ୍ୱର ଭଳି ତିନୋଟି ସଙ୍ଗୀତ ବିଦ୍ୟାଳୟରେ ସଙ୍ଗୀତ ଭୂଷଣର ଶିକ୍ଷା ପ୍ରାପ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ