ଫଟୋଗ୍ରାଫାର ଆସୋସିଏସନ୍ ଚୌଦ୍ବାର ର ଚତୁର୍ଥ ବାର୍ଷିୋତ୍ସବ ପାଳିତ
ଚୌଦ୍ବାର, (ଦୀପକ୍ କୁମାର ବେଉରା):ଚୌଦ୍ବାର ଫଟୋଗ୍ରାଫର୍ ଆସୋସିଏସନ୍ ର ଚତୁର୍ଥ ବାର୍ଷିକ ଉତ୍ସବ ନିକଟସ୍ଥ ହାପି ୱର୍ଲ୍ଡ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ସତ୍ୟବ୍ରତ ଦାସ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ଵାଳ ମୁଖ୍ୟ ଅତିଥି ଓ ଉପନଗରପାଳ ଶୁଭେନ୍ଦୁ ସାମଲ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ବରିଷ୍ଠ ଫୋଟୋଗ୍ରାଫର୍ ଶିଶିର ପରିଜା,କୁସୁମ ଗ୍ରୁପ ର ଚେୟାରମେନ ଅଭିନାଶ ପାତ୍ର, ଦିଲୀପ ଛତାର ଓ ବରିଷ୍ଠ ସାମ୍ବାଦିକ ସୁବ୍ରତ ସାମଲ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ସମ୍ପାଦକ ଆଲୋକ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଚୌଦ୍ବାର ରେ ଥିବା ଏହି ସଂଗଠନ ରେ ଫୋଟୋଗ୍ରାଫର୍ ମାନଙ୍କ ସହ ସାମ୍ୱାଦିକ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିବାରୁ ଭଲ ଉଦାହରଣ ସୃଷ୍ଟି କରିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଫୁଲଚାରା ପ୍ରଦାନ କରାଯାଇଥିଲା। ଏ ଅବସରରେ ଅଞ୍ଚଳର ବିଶିଷ୍ଠ ସାମ୍ୱାଦିକ, ଫଟୋଗ୍ରାଫର, ମହିଳା ସଙ୍ଗଠିକା ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ସଭ୍ୟ ମାନଙ୍କ ପରିବାର ସଦସ୍ୟ ମାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ସଂଜୀବ ତିୱାରୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଦୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗଠନ ର ଦୀପକ ବେଉରା, ସେକ୍ ସୋବନ୍,ପରିକ୍ଷିତ ଲେଙ୍କା, ଜିବେନ୍ଦୁ ଲେଙ୍କା,ଅଜିତ ସ୍ବାଇଁ, ନାଥିଆ ମାହୁନ୍ତ,ସନ୍ତୋଷ ମହାରଣା, ଚିନ୍ମୟ ବେହେରା,ବିକାଶ ଦାସ ସମେତ ସମସ୍ତ ସଭ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


