ଫନିର ମାସକ ପରେ…

ପୁରୀ(ବ୍ୟୁରୋ): ବାତ୍ୟା ଫାନିର ମାସକ ପରେ ପୁରୀର ବାସ୍ତବ ସ୍ଥିତି, ରିଲିଫ୍ ପ୍ରଦାନ, ବାତ୍ୟା ପରବର୍ତ୍ତୀ ଥଇଥାନ ଏବଂ ଏସବୁ କ୍ଷେତ୍ରରେ ସାମାଜିକ ଓ ପ୍ରଶାସନିକ ଦାୟିତ୍ୱବୋଧ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ସ୍ଥାନୀୟ ନାୟକପ୍ଲାଜା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପୁରୀ ବିକାଶ ମଞ୍ଚ ଏବଂ ସ୍ରୋତ ଚାରିଟେବୁଲ ଟ୍ରଷ୍ଟ ଅନୁଷ୍ଠାନ କର୍ମକର୍ତ୍ତା ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ରୋଟାରିଆନ୍ ଦେବୀ ପ୍ରସନ୍ନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ପ୍ରଶାସକ ବିନୟ କୁମାର ନନ୍ଦ, ସ୍ତମ୍ଭକାର ବିଶ୍ୱରଞ୍ଜନ, କଥାକାର ବଦ୍ରି ମିଶ୍ର, କବି ଶଙ୍କର୍ଷଣ ପରିଡା, ସାମ୍ବାଦିକ ଗଦାଧର ପଣ୍ଡା, ଜଗନ୍ନାଥ ବସ୍ତିଆ, ନିରଞ୍ଜନ ମିଶ୍ର, ଶିକ୍ଷାବିତ୍ ଦିବାକର ଦଳେଇ, କ୍ରୀଷ୍ଣା ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରି ବାତ୍ୟା ପରବର୍ତ୍ତୀ ରିଲିଫ୍ ପ୍ରଦାନରେ ସରକାରୀ ଅବହେଳା, ମାସାଧିକ ସମୟ ଅତିକ୍ରାନ୍ତ ପରେ ମଧ୍ୟ ବିଜୁଳି ବିଭ୍ରାଟର ସମାଧାନ ନ ହେବା, ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ସମ୍ପର୍କରେ ମତ ପ୍ରକାଶ କରିଥିଲେ । କାର‌୍ୟ୍ୟକ୍ରମକୁ ଆଇନଜୀବୀ ଦେବାଶିଷ ଦାସ ପରିଚାଳନା କରିଥିବା ବେଳେ ମହେନ୍ଦ୍ର କିଶୋର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ