ଫନି ପରେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି ରାଜଧାନୀର ପକ୍ଷୀ

ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) : ଉଜୁଡ଼ି ଯାଇଛି ନୀଡ଼, ମିଳୁନାହିଁ ଆହାର । ମୁଣ୍ଡ ଗୁଞ୍ଜିବା ପାଇଁ ଉପରେ ଗଛର ଶାଖା ପ୍ରଶାଖା ନାହିଁ ଆଉ ତଳକୁ ଆସିଲେ ବୁଲା କୁକୁରଙ୍କ ମୁହଁରୁ ନିସ୍ତାର ନାହିଁ । ରାଜଧାନୀର ପକ୍ଷୀମାନେ ଫନି ମହାବାତ୍ୟା ପରେ ଏଭଳି ଡ଼ହଳ ବିକଳ ହେଉଥିବା ବେଳେ ପୋଖରୀପୁଟ ରାସ୍ତାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳକୁ ଛିଟିକି ପଡ଼ିଥିବା ବଣି ପକ୍ଷୀଟିକୁ କୁକୁରମାନେ ଝୁଣି ଦେଇଥିଲେ ।କୁକୁର ମୁହଁରୁ ବଣିଟିକୁ ଉଦ୍ଧାର କରିଥିଲେ ସାମାଜିକ କର୍ମୀ ସୁଶାନ୍ତ ସାହୁ । ବଣିଟିକୁ ଉଦ୍ଧାର କରି ଏକ କାଗଜ ତିଆରି କାର୍ଟୁନରେ ଚିକିତ୍ସା ଲାଗି ନେଇ ଆସିଥିଲେ ଓୟୁଏଟିର ଭେଟନାରି ହସ୍ପିଟାଲକୁ । ବଣିଟିକୁ ପରୀକ୍ଷା ନିରୀକ୍ଷା ପରେ ଡ଼ାକ୍ତର ବଣିଟିର ଡ଼ାହାଣପଟ ଗୋଡ଼ଟିର ଅସ୍ତ୍ରୋପ୍ର·ର କରିଥିଲେ । ଦୁର୍ଘଟଣା କାରଣ ଜଣା ପଡ଼ିଥିଲା ବଣିଟି କୌଣସି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ତାର ଏ ଅବସ୍ଥା ହୋଇଥିଲା ।ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀ ସାହୁ ବଣିଟିକୁ ନିଜ ଘରକୁ ନେଇ ·ଲିଆସିଥିଲେ । ଯତ୍ନ ସହକାରେ
କ୍ଷୀର, ମେଡ଼ିସିନ ଡ୍ରପର ସାହାଯ୍ୟରେ ଖାଇବାକୁ ଦେଉଥିଲେ । ଦିନକ ପରେ ବଣିଟି ସବୁଦିନ ପାଇଁ ଆଖି ବୁଜିଦେଇଥିଲା । ବଣିଟିକୁ ଡ଼ଷ୍ଟବିନ୍ ଭିତରେ ଫୋପାଡ଼ି ନଦେଇ ଘର ପଛପଟେ ଗାତ ଖୋଳି ଶେଷରେ ବଣିର ସମାଧି ଦିଆଯାଇଥିଲା । ଉକ୍ତ କାର୍ଯ୍ୟରେ ଓୟୁଏଟିର ପୂର୍ବତନ କ୍ରୀଡ଼ା ଅଧିକାରୀ ଗୋପୀମୋହନ ପଟ୍ଟନାୟକ, ସ୍ଥାନୀୟ ବ୍ୟକ୍ତି ସଉରା ପାତ୍ର ସହଯୋଗ
କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ