ଫନି ର ସମୀକ୍ଷା କରିବା ପାଇଁ ଓଡିଶା ଆସିବେ ନରେନ୍ଦ୍ର ମୋଦୀ
ଫନି ର ପରବର୍ତ୍ତି ସ୍ଥିତି ର ସମୀକ୍ଷା କରିବା ପାଇଁ ଆସନ୍ତା କାଲି କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକୁ ପରିଦର୍ଶନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏ ନେଇ ପ୍ରଧାନମନ୍ତ୍ରୀ ଙ୍କ କାଯ୍ୟାଳୟ ରୁ ସୂଚନା ମିଳିଛି । ଗତକାଲି ପ୍ରଧାନ ମନ୍ତ୍ରୀ ମୋଦୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଙ୍କ ସହ କଥା ହୋଇଥିଲେ । ପ୍ରଧାନ ମନ୍ତ୍ରୀ କହିଛନ୍ତି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସାରା ଦେଶ ଠିଆ ହୋଇଛି । ପ୍ରକୃତିକ ଦୁର୍ବିପାକ ସମୟରେ ଓଡିଶା ବାସୀ ଙ୍କ ସାହାସିକତା କୁ ପ୍ରଶଂସା କରିଛନ୍ତି ମୋଦୀ । ସୂଚନା ଅନୁସାରେ ଗତ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ଦ୍ୱାରା କ୍ଷୟକ୍ଷତି ହୋଇଥିବା ଜିଲ୍ଲା ଗୁଡିକୁ ଆକାଶ ମାର୍ଗ ରୁ ନିରୀକ୍ଷଣ କରି ସାରିବା ପରେ ରାଜ୍ୟ ସଚିବାଳୟ ରେ ବୈଠକରେ ଯୋଗଦେଇ ପ୍ରଭାବିତ ଅଞ୍ଚଳରେ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।