ଫନୀର ମୁକାବିଲା ପାଇଁ ଯାଜପୁରରେ ପହଞ୍ଚିଲେ ରାଜସ୍ୱ କମିସନର ଅନିଲ ସାମଲ

ଦେଶରେ ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଥିବା ବେଳେ ନିର୍ବାଚନ ପରବର୍ତ୍ତୀ ସାମୁଦ୍ରିକ ଝଡ ଫନୀ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେବା ସହ ଫନୀର ମୁକାବିଲା କରିବା ପାଇଁ ଆରମ୍ଭ କରିଦେଇଛନ୍ତି ି ଜୋରଦାର ପ୍ରସ୍ତୁତି । ରାଜ୍ୟର ୧୧ ଟି ଜିଲ୍ଲାକୁ ଫନୀର କୁପ୍ରଭାବ ପଡିବାର ରେଡ୍ଆଲର୍ଟ କରାଯିବା ସହ ଜରୁରୀ କାଳିନ ଭିତ୍ତିରେ ଏହାର ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହେବା ସହ ଲୋକମାନଙ୍କର ସୁବିଧା କରିବା ପାଇଁ ହେଲପ ଲାଇନ ନମ୍ବର ଜାରୀ କରାଯାଇଥô୍ବା କଥା ରିଲିଫ କମିସନର ବିଷ୍ଣୁ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାର କିପରି ସୁଚାରୁ ରୁପେ ଆମେ ଫନୀର ମୁକାବିଲା କରିପାରିବା ସେଥି ନିମନ୍ତେ ରାଜ୍ୟ ସରକାର ସମସ୍ତ ଜ୍ିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଯାଜପୁର ଜିଲ୍ଳାରେ ଫନୀର ମୁକାବିଲା କରିବା ନିମନ୍ତେ ଯାଜପୁରରେ ପହଞ୍ଚିଛନ୍ତି ରାଜସ୍ୱ କମିସନର ଅନିଲ ସାମଲ ଯୋଗଦେଇ ଜିଲ୍ଲାପାଳଙ୍କ ସହ ଫନୀର ପରବର୍ତ୍ତୀ ମୁକାବିଲା କିପରି ସେ ବିଷୟରେ ବୈଠକରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ