ଫଲଗୁ ସାହିତ୍ୟ ସଂସଦ ଉଦ୍ଘାଟନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦର ଡିସେମ୍ବର ମାସ ର ସାହିତ୍ୟ ଆସର ଉତ୍କଳ ଆଶ୍ରମ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଫେସର ଡ.ନିଖିଳାନନ୍ଦ ପାଣିଗ୍ରାହୀ, ଉପସଭାପତି ପ୍ରଫେସର ଡ଼.ରବିନାରାୟଣ ମିଶ୍ର, ସାଧାରଣ ସଂପାଦକ ପ୍ରଫେସର ଡ.ବ୍ରଜମୋହନ ଶାସମଲ, ଯୁଗ୍ମ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ମଞ୍ଚାସୀନ ହୋଇ ସାହିତ୍ୟ ଆସରକୁ ଉଦ୍ଘାଟନ କରିଥିଲେ।ସାଧାରଣ ସମ୍ପାଦକ ପ୍ରଫେସର ଶାସମଲ ସ୍ବାଗତ ଭାଷଣ ସହ ସମ୍ପାଦକୀୟ ଉପସ୍ଥାପନ କରିଥିଲେ।କବୟିତ୍ରୀ ଡ଼.ସୂଚନା ପାଢ଼ୀ ପଠିତ ଗଳ୍ପ ଓ କବିତା ଗୁଡିକ ର ସଂଯୋଜନା କରିଥିବାବେଳେ ସମିକ୍ଷା ଉପସ୍ଥାପନ କରିଥିଲେ ଈଂ ଆଶୁତୋଷ ପାତ୍ର ।ଏହି ସାହିତ୍ୟ ଆସର ସହ ସଂପାଦକ ଦୀନବନ୍ଧୁ ଶ୍ରୀପଲ୍ଲବଙ୍କ ସମେତ ଡ଼ାକ୍ତର ଚନ୍ଦ୍ରମଣି ସ୍ବାଇଁ, ବିପ୍ର ଆଚାର‌୍ୟ୍ୟ, ଶ୍ରୀମତୀ ସ୍ବର୍ଣପ୍ରଭା ପାଢ଼ୀ, ସ୍ବର୍ଣପ୍ରଭା ମିଶ୍ର, ଦେବୀପ୍ରଭା ରଥ ମାଧୁରୀ ଅଧିକାରୀ, ସୌଦାମିନୀ ମିଶ୍ର, ଅମିତା ମିଶ୍ର ପ୍ରମୋଦିନୀ ପଣ୍ଡା, ଯ୍ୟୋତ୍ସ୍ନାରାଣୀ ସ୍ବାଇଁ, ଆରତୀ ଶତପଥୀ, ସ୍ବର୍ଣମୟୀ ପାଢୀ,ଡ.ସନ୍ତୋଷ କୁମାର ଦାଶ, ଦେବୀପ୍ରସାଦ ସାହୁ,ଭିକାରୀ ଚରଣ ମହାପାତ୍ର,ଯୁଗଳ କିଶୋର ସାହୁ,ହାଡ଼ିବନ୍ଧୁ ମାଳି, ଶରତ କୁମାର ଦାସ,ଡାକ୍ତର ଗୋଦାବରୀଶ ଦାଶ ମୋହନ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସ୍ବାଦର ଗଳ୍ପ କବିତା ପାଠକରିଥିଲେ।ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ