ଫାଇବଟି ସଚିବଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକ

କନିସି, (ଅନିଲ କୁମାର):ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦେଶକ୍ରମେ ଚଳିତ ମାସ ୨୪ ତାରିଖରେ ରେ ଫାଇବଟି ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କ ଗୋପାଳପୁର ନିର୍ବାର୍ଚନ ମଣ୍ଡଳୀ ଗସ୍ତ ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ନେଇ ଗସ୍ତ କାର୍ଯ୍ୟକ୍ରମ ରହିଛି, ସେନେଇ ଏକ ପ୍ରସ୍ତୁତି ବୈଠକ, କନିସି ସ୍ଥିତ ଗୌରୀଶଙ୍କର କଲ୍ୟାଣୀ ମଣ୍ଡପ ଠାରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସଙ୍କ ପ୍ରତେକ୍ଷ୍ୟ ତୱାବଧାନରେ ଅନୁଷ୍ଠିତ ହୋଇଯାଇଛି, ପ୍ରସ୍ତୁତି ବୈଠକରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ, ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମ ଅଧକ୍ଷ ଶ୍ରୀ ସୁବାସ ମହାରଣା, ରଙ୍ଗେଈଲୁଣ୍ଡା ବିଜେଡି ବ୍ଲକ ସଭାପତି ଶ୍ରୀ ଅଜିତ ଦାସ, ସମାଜସେବୀ ଶ୍ରୀ ଏମ. ରାମହରୀ ପାତ୍ର, ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସମେତ ୫୩,୫୪,୫୫ ଓ ୧୦ ନମ୍ବରର ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ଗୋପାଳପୁର ଏନଏସିର ଅଧକ୍ଷ ଓ କାଉଁସିଲର ମାନଙ୍କ ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଆନ୍ତଗତ ବ୍ରହ୍ମପୁର ମହାନଗର ନିଗମର ଅଧିନ ୱାର୍ଡ ନମ୍ବର ୩୭, ୩୮, ୩୯, ୪୦, ୪୧ ଓ ୪୨ ନମ୍ବରୱାର୍ଡର ବହୁ କର୍ମକର୍ତାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ଯୁବ, ଛାତ୍ର, କୃଷକ, ମହିଳା ବିଜେଡି ସଂଘଠନ ସମେତ ସମସ୍ତ ଛାମୁଆ ସଂଘଠନର ସଦସ୍ୟା ସଦସ୍ୟା ମାନେ ଯୋଗ ଦେଇ ଗସ୍ତ କାର୍ଯ୍ୟ କ୍ରମକୁ କିପରି ସଫଳ କରାଯିବା ସହ ଅଞ୍ଚଳର ବିକାଶ ନେଇ ନିଜ ନିଜର ମତା ମତ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ