ଫାଇଲେରିଆ ରୋଗ ନିରାକରଣ ପାଇଁ ଜିଲା ସ୍ତରୀୟ ବୈଠକ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଫାଇଲେରିଆ ରୋଗ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ  ଜୁମ୍ ମାଧ୍ୟମରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି।  ଜିଲ୍ଲାରେ ପ୍ରଥମ କରି ଏହି କାର୍ଯ୍ୟକ୍ରମକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓ ଔଷଧ ସେବନ ପାଇଁ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ଆହ୍ୱାନ କରାଯାଇଥିଲା। ଜିଲ୍ଲାର ସମସ୍ତ ବିଭାଗ ଯେପରିକି ସ୍କୁଲ ଓ ଗଣଶିକ୍ଷା, ଓଡ଼ିଶା ଜିବିକା ମିଶନ୍, ମିଶନ୍ ଶକ୍ତି, ଉନ୍ନୟନ,ଆରକ୍ଷୀ, ଜଙ୍ଗଲ, ସମାଜ କଲ୍ୟାଣ ବିଭାଗ ସହିତ ଏନ୍. ଜି.ଓ. ଏବଂ ୟୁଥ୍ କ୍ଲବ୍ ଆଦି କୁ ଏଥିରେ ସାମିଲ କରି ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି। ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶଦାତା ଡା. ଶ୍ୟାମ ରଥ, ଡା.ପି.ସି. ଦତ୍ତ ନିଜ ବକ୍ତବ୍ୟ ମାଧ୍ୟମରେ ଜିଲ୍ଲାରୁ କିପରି ଫାଇଲେରିଆକୁ ସମ୍ପୂର୍ଣ୍ଣରୂପେ ବିଲୋପ କରାଯିବ ତା’ ଉପରେ ବର୍ଣ୍ଣନା କରିଥିଲେ। ରାଜ୍ୟ ପରାମର୍ଶ ଦାତା ଡା. ମଦନ ମୋହନ ପ୍ରଧାନ ଜିଲ୍ଲାର ସ୍ଥିତି ଓ ଫାଇଲେରିଆ ଔଷଧ ସେବନ ଉପରେ ସମ୍ୟକ ଧାରଣା ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରାଜ୍ୟଶ୍ରୀ ପଟ୍ଟନାୟକ ଏହି ରୋଗର ପ୍ରମୁଖ କାରଣ ଓ ନିରାକରଣ ଉପରେ ଅବଗତ କରିବା ସହ ଏଥି ସହିତ ଜଡ଼ିତ ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ। ସେହିପରି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ପ୍ରଭାକର ସାହୁ ଏହି  ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ଜିଲ୍ଲାରେ ଫାଇଲେରିଆ ରୋଗର ସ୍ଥିତି, ଔଷଧ ବିବରଣୀ, ତୃଣମୂଳ ସ୍ତରରେ ସଚେତନତା ବୃଦ୍ଧି କରିବା ପାଇଁ ନେବାକୁ ଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଉକ୍ତ ଜୁମ୍ ବୈଠକରେ  କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଭିନିତ୍ ଅଗ୍ରୱାଲା, ଜିଲ୍ଲା ବନଖଣ୍ଡ ଅଧିକାରୀ, କନ୍ଧମାଳ ଉପ-ଜିଲ୍ଲାପାଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା,  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନସ୍ୱୀନୀ ମିଶ୍ର, ଜିଲ୍ଲା ପଞ୍ଚାୟତ  ଅଧିକାରୀ କେ.ସି.ପାଢୀ ଙ୍କ ସମେତ ବ୍ଲକ୍ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ