ଫାବିଫ୍ଲୁର ମୂଲ୍ୟ ୨୭ ପ୍ରତିଶତ କମାଇଲା ଗ୍ଲେନ୍‌ମାର୍କ

ମୁମ୍ବାଇ, : ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ ପରିଚିତି ହାସଲ କରିଥିବା ଗ୍ଲେନ୍ ମାର୍କ ଫାର୍ମାସିଟ୍ୟୁକାଲ ଲିଃ. ପକ୍ଷରୁ ୧୦୦୦ଜଣ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଫାବିଫ୍ଲୁ ଗ୍ରହଣ କରିବା ପରବର୍ତୀ ଚିକିତ୍ସା ରିପୋର୍ଟ ଜାରି କରିଛି । ଏହା ସହିତ କମ୍ପାନୀ ଫାବିଫ୍ଲୁର ମୂଲ୍ୟରେ ୨୭ ପ୍ରତିଶତ ହ୍ରାସ କରିଛି । ଏବେ ଏହା ଟ୍ୟାବଲେଟ୍ ପିଛା ୧୦୩ ଟଙ୍କା ପରିବର୍ତେ ୭୫ ଟଙ୍କାରେ ଉପଲବ୍ଧ ହେବ । ଗ୍ଲେନ୍ ମାର୍କ ଏହାର ପ୍ରସ୍ତୁତି ପାଇଁ ଆକ୍ଟିଭ୍ ଫାର୍ମାସିଟ୍ୟୁକାଲ ଇନଗେଡିଏଂଟ୍‌(ଏପିଆଇ) ବିକଶିତ କରିବା ସହିତ ଫାବିଫ୍ଲୁର ଫର୍ମ୍ୟୁଲେଶନ ନିଜର ଗୁଜରାଟ ଏବଂ ହିମାଚଳପ୍ରଦେଶ ସ୍ଥିତ ଆର୍ ଆଣ୍ଡ୍ ଡି ଟିମ୍ ଦ୍ୱାରା ସମ୍ପନ୍ନ କରିପାରିଛି । ଏହି ଅବସରରେ ଗ୍ଲେନ୍‌ମାର୍କ ଫାର୍ମାସିଟ୍ୟୁକାଲ ଲିଃ.ର ଇଣ୍ଡିଆ ବିଜନେସ୍ ମୁଖ୍ୟ ତଥା ବରିଷ୍ଠ ଉପସଭାପତି ଆଲୋକ ମଲିକ୍ କହିଲେ, ଆମର ପୋଷ୍ଟ ମାର୍କେଟିଙ୍ଗ୍ ସର୍ଭେଲାନ୍ସ୍ ଏହି ଔଷଧର ପ୍ରୟୋଗ ଫଳାଫଳ ଉପରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ସକ୍ଷମ ହେବ । ଏହାର କ୍ଲିନିକାଲ ପରୀକ୍ଷାର ପ୍ରଭାବ ଏବଂ ଏହା କେତେଦୂର ସୁରକ୍ଷିତ ତାହା ମଧ୍ୟ ଜଣାପଡ଼ିବ । ଆମେ ଭାରତରେ ଫାବିଫ୍ଲୁକୁ ଅତି କମ୍ ଦାମ୍‌ରେ ଉପଲବ୍ଧ କରାଉଛୁ । ଏହା ଦେଶର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ । ଗ୍ଲେନ୍‌ମାର୍କ ପକ୍ଷରୁ ପ୍ରସ୍ତୁତ ଔଷଧ ଫାବିଫ୍ଲୁ ଭାବେ ବଜାରରେ ଉପଲବ୍ଧ ହେଉଥିବା ବେଳେ ଏହାର ୨୦୦ମିଲିଗ୍ରାମ୍ ଟ୍ୟାବଲେଟ ପିଛା ମୂଲ୍ୟ ୧୦୩ ଟଙ୍କା ରହିଛି । ରୁଷିଆରେ ପ୍ରତି ଟ୍ୟାବଲେଟ ମୂଲ୍ୟ ୬୦୦ ଟଙ୍କା ଥିବାବେଳେ ଜାପାନରେ ଏହା ୩୭୮ ଟଙ୍କା ରହିଛି । ସେହିପରି ବାଂଲାଦେଶରେ ୩୫୦ ଟଙ୍କା ଏବଂ ଚାଇନାରେ ୨୧୫ ଟଙ୍କା ରହିଛି । ଜୁନ୍ ୨୦ରେ ଗ୍ଲେନ୍‌ମାର୍କକୁ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଓରାଲ ଆଂଟିଭାଇରାଲ ଫାବିଫ୍ଲୁ ପ୍ରସ୍ତୁତି ଏବଂ ବ୍ୟବସାୟ ଲାଗି ଭାରତୀୟ ଡ୍ରଗ୍ ନିୟନ୍ତ୍ରକଙ୍କଠାରୁ ସ୍ୱୀକୃତି ମିଳିଥିଲା । ଇତିମଧ୍ୟରେ ଫାବିଫ୍ଲୁର ୩ଟି ସ୍ତରରେ କ୍ଲିନିକାଲ ଟ୍ରାଏଲ୍ ସମ୍ପନ୍ନ ହୋଇଛି । ଏହାର ଫଳାଫଳ ଖୁବ୍ ଶୀଘ୍ର ମିଳିବ । ଏହା ପୂର୍ବରୁ ଗ୍ଳେନ ମାର୍କ ପକ୍ଷରୁ କୋଭିଡ-୧୯ ଚିିକିତ୍ସା ପାଇଁ ୨ଟି ଆଂଟିଭାଇରାଲ ଫାଭିପିରାଭିର୍ ସହିତ ଉମିଫେନଭୋଭିର୍ ଆକ୍ରାନ୍ତଙ୍କ ଦିଆଯିବା ନେଇ କ୍ଲିନିକାଲ ଟ୍ରାଏଲ୍ କରାଯାଇଥିଲା । ଭାରତରେ ମଧ୍ୟମ ଧରଣର କୋଭିଡ୍‌-୧୯ ଲକ୍ଷଣ ପ୍ରକାଶ ପାଇଥିବା ୧୫୮ ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ ରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ