ଫାର୍ମା କମ୍ପାନୀ ସେଲ୍ସ ମ୍ୟାନେଜରଙ୍କ ଆତ୍ମହତ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା) :-ପାରିବାରିକ କଳହରୁ ‘ୟେସ ଫାର୍ମା’ କମ୍ପାନୀର ସ୍ୟାଲ୍ସ ମ୍ୟାନେଜର ଗୁଡ଼ିପଦା ଅଞ୍ଚଳରେ ରହୁଥିବା କେନ୍ଦୁଝର ଜିଲାର ପ୍ରକାଶ ନନ୍ଦ ଅସ୍ୱଭାବିକ ମୃତ୍ୟୁକୁ ନେଇ ଏବେ ମାମଲା ଥାନାରେ ପହଞ୍ଚିଛି । ମୁଧବାର ମଧ୍ୟାହ୍ନରେ ଗୁଡ଼ିପଦାସ୍ଥିତ ବସାଘରେ ଥିବା ବେଳେ କୌଣସି କଥାକୁ ନେଇ ପ୍ରକଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରକାଶ ଘରେ ଥିବା ଏକାଧିକ ପ୍ରକାରର ଟେବଲେଟ ଓ କ୍ୟାପସୁଲ ଖାଇ ଗୁରୁତର ହୋଇ ପଡ଼ିଥିଲେ । ପତ୍ନୀ ସ୍ୱାତୀ ଓ ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଜିଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ବି ଡାକ୍ତର ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ କେନ୍ଦୁଝରରୁ ପ୍ରକାଶଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଏହି ମୃତ୍ୟୁକୁ ନେଇ ବୋହୂ ସ୍ୱାତୀଙ୍କୁ ଦାୟୀ କରିଥିଲେ । ସ୍ୱାତୀ ତାଙ୍କ ପୁଅକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରକାଶଙ୍କ ବାପା ମାଆ । ଏମିତିକି ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଶାଶୂ-ଶ୍ୱଶୁର ଓ ବୋହୁଙ୍କ ମଧ୍ୟରେ ଝଗଡ଼ା ଏମିତିକି ଠେଲାପେଲା ମଧ୍ୟ ହୋଇଥିଲା । ଶେଷରେ କଥା ଯାଇ ସହେଦେବଖୁଣ୍ଟା ଥାନାରେ ପହଞ୍ଚିଥିବା ଜଣପଡ଼ିଛି । ଏନେଇ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି ।