ଫାଶୀ ଓ ବେରୁଆଁବାଡ଼ିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟନ କଲେ କବିସୂର୍ଯ୍ୟନଗର ବିଧାୟିକା
କୋଦଳା , (ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ଫାସି ଓ ବେରୁଆଁବାଡ଼ି ପଂଚାୟତ ରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍ଧଘାଟନ ହୋଇଯାଇଛି। ଏହି ଉଦଘାଟନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କରିଥିବାବେଳେ କୋଦଳା ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋଦଳା ଆରଆଇ ଶେଖର ଚନ୍ଦ୍ର ସେଠି, ଫାଶୀ ଆରଆଇ ଚନ୍ଦ୍ର ଶେଖର ବେହେରା, ବେରୁଆଁବାଡ଼ି ଆର.ଆଇ ଲଷ୍ମୀପ୍ରିୟା ମହାରଣା,ବେରୁଆଁବାଡ଼ି ସରପଞ୍ଚ ନୀଳାଞ୍ଚଳ ପାଢ଼ୀ, ଫାଶୀ ସରପଞ୍ଚ ନବୀନ କୁମାର ଦଳାଇ,ବେଗୁନିଆପଡା ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l ଏଇ ଦୁଇଟି ସ୍ଥାନରେ ନିଜସ୍ୱ କାର୍ଯ୍ୟାଳୟ ନଥିବା ହେତୁ ଲୋକମାନେ ଯୋଉ ଅସୁବିଧା ର ସମୁଖୀନ ହେଉଥିଲେ ତାହାର ଆଉ ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ତହସିଲଦାର ଅବନୀ କୁମାର ସାହୁ ନିଜର ମନ୍ତବ୍ୟ ରଖିଥିଲେ ସେହିପରି ବିଧାୟିକା ତାଙ୍କ ମନ୍ତବ୍ୟ ରେ କହିଥିଲେ କି ବେରୁଆଁବାଡ଼ି ରୁ ଲୋକମାନେ ଯାଇ କୋଦଳା ରେ କାମକରିବା ଯୋଉ ଅସୁବିଧା ହେଉଥିଲା ତାହାର ଅସୁଵିଧା ଆଉ ହେବନାହିଁ ଏବଂ ଯେଉଁମାନେ ଅଫିସ ଆସୁଛନ୍ତି ସେମାନଙ୍କ ପାଇଁ ବସିବା ପାଇଁ ସୁବିଧା, ପାନୀୟ ଜଳ ର ସୁବିଧା ସହ ସମସ୍ତ ଲୋକଙ୍କ ଯେମିତି କାମ ସୁରୁଖୁରୁରେ ହେବ ସେଥିପାଇଁ ଆର ଆଇ ମାନଙ୍କୁ କହିଥିଲେ ଏଇ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡିର କିଛି କର୍ମକର୍ତ୍ତା ଉପସ୍ଥିତ ଥିଲେ।


