ଫାଷ୍ଟ୍ ପ୍ଲାଏ ଏକ୍ସ୍ପ୍ରେସ୍ର ଓଡ଼ିଶା ଶାଖା ଉଦ୍ଘାଟିତ, ବିଧାୟକଙ୍କୁ ସମ୍ବଦ୍ଧର୍ନା
ଭୁବନେଶ୍ୱର, ( ଯୁଗାବ୍ଦ ନୁ୍ୟଜ୍) : ଭାରତର ବଡ଼ କୋରିୟର ସଂସ୍ଥା ଫାଷ୍ଟ୍ ପ୍ଲାଏ ଏକ୍ସ୍ପ୍ରେସ୍ର ଓଡ଼ିଶା ଶାଖା କାର୍ୟ୍ୟାଳୟ ବାପୁଜି ନଗର ନିମାପଡ଼ା ସୁଇଟ୍ସ ନିକଟରେ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ଫାଷ୍ଟ୍ ପ୍ଲାଏ ଏକ୍ସ୍ପ୍ରେସ୍ର ସିଓ ଦିପକ ଅନିଜା, ସାହିଲ କୁମାର ଓ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ନିମାପଡ଼ା ସୁଇଟ୍ସର ମୁଖ୍ୟ ବିମ୍ବାଧର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଷ୍ଟ୍ ପ୍ଲାଏ ଏକ୍ସ୍ପ୍ରେସ୍ର ଓଡ଼ିଶା ମୁଖ୍ୟ ଗଦାଧର ଦାସ ଏହାକୁ ପରିଚାଳଣା କରିଥିଲେ ।


