ଫାସୀ ମାଣିକେଶ୍ୱରୀ ବିଦ୍ୟାପୀଠରେ ୫୦ ତମ ବାର୍ଷିକ ଉତ୍ସବ
କୋଦଳା:- ମଙ୍ଗଳବାର ଫାସୀ ସ୍ଥିତ ମାଣିକେଶ୍ୱରୀ ବିଦ୍ୟାପୀଠରେ ୫୦ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଣହାନ୍ଦୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଫାସୀ ସରପଞ୍ଚ ନବୀନ ଦଳେଇ, ସମ୍ମାନିତ ଅତିଥି ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଦିବାକର ସାହୁ ,ମୁଖ୍ୟ ବକ୍ତା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଲଡୁ କିଶୋର ନାୟକ,ବିଦ୍ୟାଳୟ ସଭାପତି ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ସିଆରସିସି ନାରାୟଣ ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ ସଭା କାର୍ୟ୍ୟକୁ ଆରମ୍ଭ କରିଥିଲେ । ଅତିଥିମାନେ ତାଙ୍କ ଅଭିଭାଷଣ ରଖିଥିଲେ ଯେ, ଅଭିଭାବକ ମାନେ ପିଲା ମାନଙ୍କୁ ସ୍ୱଳ୍ପପରିମାଣରେ ଦୃଷ୍ଟି ଦିଅନ୍ତୁ ଏବଂ ସିନେମା, ସିରିଏଲ,ମୋବାଇଲ ଠାରୁ ଦୂରରେ ରଖନ୍ତୁ । କାରଣ ଆଜିର ଯୁବପିଢ଼ି ସିନେମା ଦେଖିବା ସହ ମୋବାଇଲରେ ଲାଗି ରହୁଛନ୍ତି ଯଦ୍ବାରା ପିଲାମାନେ ସମ୍ପୂର୍ଣ୍ଣ ଭାବେ ପାଠରେ ମନ ନଦେଇ ପଥ ଭ୍ରଷ୍ଟ ହୋଇ ଯାଉଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ଅତିଥିମାନେ ମଞ୍ଚରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ପୂର୍ବରୁ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପିଲାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


