ଫିଟ ବ୍ଲୁ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର,(ଅନିଲ କୁମାର): ଫିଟ ବ୍ଲୁ ସ୍କୁଲ ଅଫ ଅଟିଜିମ ଆଣ୍ଡ ରିଲେଟେଡ଼ କଣ୍ଡିସନ୍ସ ତରଫରୁ ବାର୍ଷିକ କ୍ରୀଡା ଉତ୍ସଵ ଶନିବାର ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ହଲରେ ପାଳିତ ହୋଇଯାଇଛି। ସ୍କୁଲର ସ୍ୱଳିନତା ତଥା ଅନ୍ୟ ବିକାଶାତ୍ମକ ବିଳମ୍ବ ଜନିତ ସ୍ଵତନ୍ତ୍ର ପିଲାମାନଙ୍କ ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ଏଠାରେ ଆୟୋଜନ କରାଯାଇଥିଲା। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ କର୍ପୋରେଟର ସମୀର ମିଶ୍ର, ଡ଼ଃ ସୋନାଲି ଗନ୍ତାୟତ, ବରିଷ୍ଠ ସମାଜସେବୀ ତଥା ରୋଟାରୀ କ୍ଲବ ପୂର୍ବତନ ସଭାପତି ସତ୍ୟକାମ ପାତ୍ର ଏବଂ ରୋଟାରିଆନ ମଧୁସ୍ମିତା ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ପୁରଷ୍କାର ପ୍ରଦାନ କରିବା ସହ ଆଧୁନିକ ସମୟରେ ମାନସିକ ସ୍ତରରେ ଭିନ୍ନକ୍ଷମ ମାନଙ୍କ ପାଇଁ କ୍ରୀଡା କିପରି ଉପାଦେୟ ହେବ ସେ ବିଷୟରେ ଅଭିଭାବକ ମାନଙ୍କୁ ସୂଚନା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଫିଟ ବ୍ଲୁ ସ୍କୁଲର ଏହି ପଦକ୍ଷେପ ପାଇଁ ସ୍କୁଲର ଅଧ୍ୟକ୍ଷ ସଚିନ୍ଦ୍ର ପ୍ରସାଦ ଦାଶ ଓ ପରିଚାଳିକା ଡ଼ା. ସ୍ୱାତୀ ଦାଶଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସାଇ ଶଙ୍କର ପ୍ରଧାନ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ସଞ୍ଚାଳନ ରେ କାହ୍ନୁ ରାଉତ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ