ଫିରିଙ୍ଗିଆଠାରେ କିନ୍ନର ମାନଙ୍କର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉନ୍ନିତ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ କନ୍ଧମାଳ ଜିଲ୍ଲା କିନ୍ନର ମହାସଂଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁର୍ଗିମାତା କିନ୍ନର ସଂଙ୍ଘ ଫିରିଙ୍ଗିଆ ଶାଖା ଅନୁକ୍ୟଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ସଂଙ୍ଘ ର ସଭାପତି ମୁନି କିନ୍ନର ସଭାପତିତ୍ୱ କରିଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ ର କିନ୍ନର ମାନଙ୍କ ଗୁରୁ ସଂଧ୍ୟାରାଣୀ କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମାଜିକ ଦୁରତା ବଜାୟ ରଖି କୋଭିଡ ନିୟମ ଅନୁସାରେ ଆୟୋଜିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଘୁ.ଉଦୟଗିରି ରୁ ଝୁମୁକା ନାୟକ ,ବାଲିଗୁଡାରୁ ବିଷ୍ଣୁପ୍ରିୟା ପ୍ରଧାନ ,ତୁମୁଡିବନ୍ଧ ବ୍ଲକରୁ ସୁମନ ବାରିକ , ରାଇକିଆରୁ ଲିପସା କିନ୍ନର ,ଫୁଲବାଣୀରୁ ପାୟଲ କିନ୍ନର ,କ.ନୁଆଁଗାଁରୁ ନିଲୁ ବିଶୋୟୀ,ଖଜୁରିପଡା ବ୍ଲକରୁ ଶିତଲ କିନ୍ନର , କୋଟଗଡରୁ ସଂନ୍ଧ୍ୟା କିନ୍ନରଙ୍କ ସହ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରୁ ଜଣେ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ । ଫିରିଙ୍ଗିଆ କିନ୍ନର ସଂଙ୍ଘର ସମ୍ପାଦକ ରିଙ୍କି କିନ୍ନର ଓ ମନିସା ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତେବେ କିନ୍ନର ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ଏହା ସହ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଭତା ପ୍ରଦାନ, ଉଚ୍ଚ ଶିକ୍ଷିତ କିନ୍ନର ମାନଙ୍କୁ ସରକାରୀ ଚାକିରି ଦେବା କିନ୍ନର ମାନଙ୍କୁ ସ୍ୱାୟଂସହାୟକ ଗୋଷ୍ଠୀ ଗଠନ କରିବା ଦିଗରେ ରାଜ୍ୟସରକାର ପଧକ୍ଷେପ ନେବା ଜରୁରି ବୋଲି ବୈଠକରେ ଆଲୋଚନା ହୋଇଥିଲ।। । ଅନ୍ୟପଟେ ଫିରିଙ୍ଗିଆ ଠାରେ କିନ୍ନର ମାନଙ୍କ ବୈଠକ ପାଇଁ ଏକ ବୈଠକ ଗୃହ ଓ କରୋନ କଟକଣା ପାଇଁ ଜୀବିକା ହରାଇଥିବା କିନ୍ନର ମାନେ କିପରି ସରକାରୀ ସହୟତା ପାଇବେ ସେହି ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ହୋଇଥିବା ସମସ୍ତ ପ୍ରସ୍ତାବକୁ ଜିଲ୍ଲାପାଳଙ୍କୁ ଜଣାଇବା ନେଇ ଆଲୋଚନା ହୋଇଥିଲା ।