ଫିରିଙ୍ଗିଆର ଆଇନ ଶୃଙ୍ଖଳା ବିପର୍ଯ୍ୟୟ ନେଇ ବୈଠକରେ ଉଦବେଗ

ଫୁଲବାଣୀ, (ସୁନିଲ କୁମାର ବେହେରା):ବନାନୀ କଳା ସଙ୍ଗମ ଠାରେ ମିଳିତ ନାଗରିକ କମିଟି ପକ୍ଷରୁ ଜିଲା ର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସଭାପତି ଡ ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆବାହକ ଅଶୋକ ପରିଡା ସଦସ୍ୟମାନଙ୍କୁ ସ୍ୱାଗତ କରି ବୈଠକ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଅଗଷ୍ଟ ୫ତାରିଖରେ ଫିରିଙ୍ଗିଆ ଠାରେ ଗଞ୍ଜେଇ ଚାଲାଣ ପୋଲିସ ଦ୍ୱାରା ହେଉଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜନସାଧାରଣ ରାସ୍ତାରୋକ କରି ଥାନାପୋଡିବାଓ ପୋଲିସ ଅଧିକାରୀଙ୍କୁ ମାଡମାରି ଆଇନ ହାତକୁ ନେବାରୁ ଜନସାଧାରଣ ସମାଲୋଚନାର ପାତ୍ର ହୋଇଥିଲେ। କିନ୍ତୁ ଦୁଇଜଣ ହୋମଗାର୍ଡଙ୍କ ବହିଷ୍କାର ଓ ଆଇଆଇସି ଫିରିଙ୍ଗିଆ ଙ୍କୁ ବଦଳି ଓ ନିଲମ୍ବନ ଅଭିଯୋଗର ସତ୍ୟତାକୁ ଦ୍ୱିଗୁଣିତ କରିଛି।ଏହି ପରିପ୍ରେକ୍ଷୀରେ ପୋଲିସ କ୍ଷମତାର ଅପପ୍ରୟୋଗ କରି ଜନସାଧାରଣଙ୍କୁ ଆକ୍ରୋଶ ମୂଳକ ଭାବେ ସର୍ବସାଧାରଣ ସ୍ଥାନରେ ମାତ୍ରାଧିକ ନିର୍ଯ୍ୟାତନା ଦେବା କନ୍ଧମାଳ ଜିଲା ସମେତ ସମଗ୍ର ଓଡିଶାବାସୀଙ୍କୁ ଚକିତ କରିଛି।ଆଇନର ରକ୍ଷକ ହୋଇ ପ୍ରତିଶୋଧ ପରାୟଣ ପୂର୍ବକ ଏଭଳି ନିର୍ଯ୍ୟାତନା ଅତ୍ୟନ୍ତ ନିନ୍ଦନୀୟ।ଏ କ୍ଷେତ୍ରରେ ଆଇନ ତା ବାଟରେ ଯାଉନଥିବା ବେଳେ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ ବୋଲି ସୂଚାଇ ଦେଉଛି। ସମାନ ଦୋଷ ପାଇଁ ଦୁଇଜଣଙ୍କୁ ବହିଷ୍କାର କରାଯାଇଥିଲା ବେଳେ ପଦସ୍ଥ ଆଇଆଇସିଙ୍କୁ କେବଳ ନିଲମ୍ବନ କରାଯାଇଛି।ଏହା ଏକ ସମ୍ବେଦନଶୀଳ ଘଟଣା।ଏହାକୁ ନେଇ ଜିଲାରେ ଯେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଜିଲାପ୍ରଶାସନ ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ।ଜିଲାର ପୂର୍ବ ଇତିହାସକୁ ଦୃଷ୍ଟିରେ ରଖି କୌଣସି ବିଶୃଙ୍ଖଳା ସୃଷ୍ଟି ନ ହେବା ଆବଶ୍ୟକ।ଘଟଣାର ଆପୋଷ ସମାଧାନ ସହ ଭୁଲ କରିଥିବା ବ୍ୟକ୍ତି ଓ ଦୋଷୀ ପୋଲିସ ଅଧିକାରୀଙ୍କୁ ସମାନ ଦଣ୍ଡବିଧାନ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା।ଏ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଜିଲାପ୍ରଶାସନ ଓ ଆରକ୍ଷୀ ଅଧିକ୍ଷକ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ।ପ୍ରକାଶ୍ୟରେ ନିର୍ଯ୍ୟାତନା ଦେଉଥିବା ପୋଲିସ କର୍ମଚାରୀଙ୍କ ଉପରେ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣାଯାଏ।ପ୍ରଶାସନର ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ଆଲୋଚନା କରାଯାଇଛି।ଦିତୀୟରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନକ ମାନ୍ୟତା, କନ୍ଧମାଳ ରେଳ ପ୍ରକଳ୍ପ,ମେଗା ପାନୀୟ ଜଳପ୍ରକଳ୍ପ,ଚାଷୀଙ୍କ ଦୈନିକ ଓ ସାପ୍ତାହିକ ହାଟ,ଅନ୍ୟାୟ ଭାବେ ଶେଷ୍ ଟାକ୍ସ ଆଦାୟ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଛି।ଏହି ଅବସରରେ ମିଳିତ ନାଗରିକ କମିଟିର ପଞ୍ଚାନନ କହଁର, ନବୀନ କିଶୋର ପଣ୍ଡା, ବଵ କିଶୋର ରଥ,ପଦ୍ମଚରଣ ସ୍ୱାଇଁ, ବ୍ରଜ ପଟନାୟକ, ନାରାୟଣ ସାହୁ,ପ୍ରଶାନ୍ତ କୁମାର ପଣ୍ଡା, ପ୍ରଣବ ମଣ୍ଡଳ,ପ୍ରମୋଦ ସାହୁ ଦୁର୍ଯ୍ୟୋଧନ ପ୍ରଧାନ, ମଧୁସୂଦନ ସାହୁ ,ବିରଜା ନାହାକ ଦୁର୍ବାଷାସେଠୀ, ପଦ୍ମଚରଣ ସାହୁ,ଗିରିଶ ପଟ୍ଟନାୟକ, ଭାଗବତ ବେହେରା ପ୍ରମୁଖ ସଦସ୍ୟ ଯୋଗଦେଇ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ