ଫିଲିପାଇନ୍ସରେ ଟାଇଫୁନ୍ : ୪୧କୁ ବଢିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ଫିଲିପାଇନ୍ସରେ ସାମୁଦ୍ରିକ ଝଡ ଟାଇଫୁନ୍ ଫାନ୍ଫୋନ୍ ଭୟଙ୍କର ତାଣ୍ଡବ ରଚିଛି । ଏହାର ପ୍ରଭାବରେ ୫ ଦିନ ମଧ୍ୟରୋ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଫିଲିପାଇନ୍ସ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ୫ ଦିନ ମଧ୍ୟରେ ୪୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି । ଏହା ସହିତ ଟାଇଫୁନ୍ ପ୍ରଭାବରେ ୨୮ ଜଣ ଆହତ ହୋଇଥିବା ଜଣାପଡିଛି । ପାନାୟ, ସାମାର ଏବଂ ବିସୟସରେ ସର୍ବାଧିକ କ୍ଷତି ଘଟିଥିବା ଜଣାପଡିଛି । ଟାଇଫୁନ୍ କାରଣରୁ ୧୦୦ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି ।