ଫିସ୍ ପେଡିକ୍ୟୁୟାର ପରେ କାଟିବାକୁ ପଡିଲା ଆଙ୍ଗୁଳି ବଳକା ତେଲର ବ୍ୟବହାର କରୁଥିଲେ

ଭାରତୀୟ ଖାଦ୍ୟରେ ତେଲର ଭୂମିକା ଯଥେଷ୍ଟ ଅଧିକ । ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ । ଏହା ଖାଦ୍ୟର ସ୍ୱାଦ ଏବଂ ବାସ୍ନା ବଢ଼ାଇଥାଏ । ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି । କିନ୍ତୁ ଜାଣନ୍ତି, ବଳକା ତେଲର ପୁନଃଉପଯୋଗ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯଦି ତେଲରେ ଥରେ କୌଣସି ଜିନିଷ ଫ୍ରାଏ କରିଦିଆଯାଏ, ତେବେ ତା’କୁ ଅନ୍ୟ ବ୍ୟଞ୍ଜନରେ ବ୍ୟବହାର ଦ୍ୱାରା ପ୍ରି ରାଡିକାଲ୍ସ ଜନ୍ମ ନେଇଥାଏ । ଏହାଦ୍ୱାରା ଶରୀରରେ ଜ୍ୱଳନ, ଗ୍ୟାଷ୍ଟ୍ରିକ୍ ସାଙ୍ଗକୁ ଆହୁରି ଅନେକ ରୋଗ ଉତ୍ପନ୍ନ ହୁଏ । ଏହି ପ୍ରି ରାଡିକାଲ୍ସ ଶରୀରର ସୁସ୍ଥ କୋଷିକା ସହ ନିଜକୁ ଯୋଡ଼ିଦିଏ । ଏଥିରୁ ଅନେକ ସମୟରେ କ୍ୟାନସର୍ ଉତ୍ପନ୍ନ ହୋଇଥାଏ । ଏହାଛଡ଼ା ଶରୀରରେ ଖରାପ କୋଲେଷ୍ଟାରଲ୍ ଜନ୍ମ ନେଇଥାଏ, ଯାହା ଦ୍ୱାରା ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ । ଯଦି ବଳକା ତେଲର ଉପଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ଥଣ୍ଡା ହେବା ପରେ ଏୟାର୍ଟାଇଟ୍ ଡବାରେ ବନ୍ଦ କରି କିଛି ସମୟ ରଖିଦିଅନ୍ତୁ । ଏହା ଦ୍ୱାରା ତେଲରେ ଥିବା ଫୁଡ୍ ପାର୍ଟିକିଲ୍ସ ବାହାରିଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ